ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବିଷ୍ୟବାଣୀ, କହିଲେ ପୁଟିନ୍ ଏବେ ଏହି ପ୍ରସ୍ତାବରେ ରାଜି ହେବେ…

Published By : Prameya | March 12, 2025 9:45 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ବଡ଼ କଥା କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ସେ ଆଶା କରୁଛନ୍ତି ଯେ ରୁଷ ୟୁକ୍ରେନ ସହିତ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହେବ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ଏହାକୁ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ମସ୍କୋକୁ ଏହାକୁ ଗ୍ରହଣ କରିବା ପାଇଁ ରାଜି କରାଇବା ଆମେରିକା ଉପରେ ନିର୍ଭର କରୁଛି।

ମଙ୍ଗଳବାର ଦିନ ସାଉଦି ଆରବର ଜେଦ୍ଦାହରେ ବରିଷ୍ଠ ଆମେରିକୀୟ ଏବଂ ୟୁକ୍ରେନୀୟ ଅଧିକାରୀ ମାନେ ଆଲୋଚନା କରିଛନ୍ତି। ଆଲୋଚନାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯେଉଁଥିରେ ୩୦ ଦିନିଆ ଯୁଦ୍ଧବିରତି ଚୁକ୍ତିନାମାକୁ ଗ୍ରହଣ କରାଯିବାକୁ ସଙ୍କେତ ଦିଆଯାଇଛି। ଜେଦ୍ଦାରେ ଘୋଷଣା ପରେ ଟ୍ରମ୍ପ ଏଠାରେ କହିଛନ୍ତି ଯେ, "କିଛି ସମୟ ପୂର୍ବରୁ ୟୁକ୍ରେନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା। ଏବେ ଆମେ ରୁଷ ସହିତ ଯୋଗାଯୋଗ କରିବାକୁ ଯାଉଛୁ ଏବଂ ଆଶା କରୁଛୁ ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଥିରେ ସହମତ ହେବେ।

"ଯଦି ଆମେ ରୁଷକୁ ରାଜି କରାଇପାରିବା, ତେବେ ତାହା ବହୁତ ଭଲ ହେବ," ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଛନ୍ତି। ଯଦି ଆମେ ଏହା କରିପାରିବା ନାହିଁ, ତେବେ ଆମେ ଏହି କ୍ଷେତ୍ରରେ ପ୍ରୟାସ ଜାରି ରଖିବୁ କାରଣ ଯୁଦ୍ଧରେ ଲୋକମାନେ ମରୁଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.