ନୂଆଦିଲ୍ଳୀ,୧୧।୧୦:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚୀନ୍ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାର ଘୋଷଣା କରିଛନ୍ତି। ଯାହାକି ୧ ନଭେମ୍ବର ୨୦୨୫ ରୁ ଲାଗୁ ହେବ। ଏହି ଟାରିଫ୍ ଏପର୍ଯ୍ୟନ୍ତ ପ୍ରଦାନ କରାଯାଉଥିବା ଟିକସ ସହିତ ସମାନ ହେବ। କେବଳ ସେତିକି ନୁହେଁ ଟ୍ରମ୍ପ କହିଛନ୍ତି, ଆମେରିକା ୧ ନମ୍ବରରୁ ‘କ୍ରିଟିକାଲ ସଫ୍ଟଓ୍ବେର’ ଉପରେ ଏକ୍ସପୋର୍ଟ କନଟ୍ରୋଲ ମଧ୍ୟ ଲାଗୁ କରିବ। ଟ୍ରମ୍ପଙ୍କ ଏହି ଆକ୍ସନ ଚୀନ୍‌କୁ ଜବାବରେ ଦିଆଯାଇଛି, କାରଣ ଚୀନ୍ ‘ରେୟାର ଆର୍ଥ ମିନେରାଲ୍ସ’ ଏକ୍ସପୋର୍ଟ ଉପରେ କଟକଣା ବଢାଇ ଦେଇଛି।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ଉପରେ ଏକ ପୋଷ୍ଟରେ କହିଛନ୍ତି, ଚୀନ୍ କିଛି ଜିନିଷକୁ ବହୁତ ଅଦ୍ଭୁତ ଢଙ୍ଗରେ ଉପସ୍ଥାପିତ କରିଛି। ସେ ବହୁତ ଆକ୍ରାମକ ହେଉଛି ଓ ସାରା ଦୁନିଆକୁ ପତ୍ର ପଠାଯାଉଛି। ରେୟାର ଆର୍ଥ ସହିତ ଯେ କୌଣସି ଜିନିଷ ଉପରେ, ଯାହା ବିଷୟରେ ସେ ଭାବି ପାରନ୍ତି। ରପ୍ତାନୀ କନଟ୍ରୋଲ କରିବାକୁ ଚୀନ୍ ଚାହୁଁଛି। ତାହା ଚୀନ୍‌ରେ ତିଆରି ହେଉ କିମ୍ବା ନ ହେଉ।

ଟ୍ରମ୍ପ କହିଛନ୍ତି, ଆଜି ପର୍ଯ୍ୟନ୍ତ କେହି ଏଭଳି କରିନାହାନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପ ଦୁନିଆର ସବୁ ବଜାରକୁ ରୋକି ଦେବ ଓ ଚୀନ୍ ଦୁନିଆର ପ୍ରାୟ ପ୍ରତି ଦେଶ ପାଇଁ ଜୀବନକୁ ଆହୁରି କଠିନ କରିଦେବ। ଚୀନର ମନୋଭାବରେ ଅତ୍ୟନ୍ତ ଅସନ୍ତୋଷଜନକ। ଅନ୍ୟ ଦେଶମାନେ ଆମ ସହିତ ଯୋଗାଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଗତ ଛଅ ମାସ ମଧ୍ୟରେ ଚୀନ୍ ସହିତ ଆମର ସମ୍ପର୍କ ବହୁତ ଭଲ ରହିଛି, ଯାହା ଏହି ବାଣିଜ୍ୟିକ ଗତିକୁ ଆହୁରି ଚକିତ କରିଦେବ। ଟ୍ରମ୍ପ କହିଛନ୍ତି, ଆମେରିକା ପାଖରେ ଏକାଧିକାର ସ୍ଥିତି ରହିଛି, ଯାହାକି ଚୀନ୍ ତୁଳନାରେ ବହୁତ ଅଧିକ। ମୁଁ ଏହାର ବ୍ୟବହାର କରିବାର କେବେ ନିଷ୍ପତ୍ତି ନେଇଛି। ଏପର୍ଯ୍ୟନ୍ତ ମୋ ପାଖରେ ଏଭଳି କରିବାର କାରଣ ନଥିଲା।

ଟ୍ରମ୍ପ କହିଛନ୍ତି, ମୋତେ ସବୁବେଳେ ଲାଗୁଥିଲା ଯେ ସେମାନେ ଘାତ ଲଗାଇ ବସିଛନ୍ତି। ମୁଁ ଠିକ୍ ପ୍ରମାଣିତ ହୋଇଛି। ଚୀନକୁ 'ବିଶ୍ୱକୁ ବନ୍ଦୀ କରି ରଖିବା' ପାଇଁ ଅନୁମତି ଦିଆଯାଇପାରିବ ନାହିଁ।ତାଙ୍କର ଏହି ଯୋଜନା ବହୁତ ଦିନ ଧରି ଥିଲା ଏବଂ ସେମାନେ ଏବେ ‘ରେୟାର ଆର୍ଥ’ ରପ୍ତାନି ନିଷେଧ ସହିତ ଆରମ୍ଭ କରିଛନ୍ତି। ଏହା ଏକ ଭୟଙ୍କର ଏବଂ ଶତ୍ରୁତାପୂର୍ଣ୍ଣ ପଦକ୍ଷେପ।’