ନୂଆଦିଲ୍ଲୀ ୧୯/୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୂଆ ହେୟାରଷ୍ଟାଇଲ୍‌ ଏବେ ଚର୍ଚ୍ଚାର  କେନ୍ଦ୍ରବିନ୍ଦୁ ହୋଇଛି । ତାଙ୍କର ପରିବର୍ତ୍ତିତ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜ୍‌ରେ  ଦେଖାଯାଇଛି । ଭିଡିଓଟି ଫ୍ଲୋରିଡ଼ା ସ୍ଥିତ ଟ୍ରମ୍ପ୍‌ଙ୍କ  ପ୍ରାଇଭେଟ୍‌ ପ୍ରପର୍ଟି ‘ଟ୍ରମ୍ପ୍‌ ଇଣ୍ଟରନ୍ୟାସ୍‌ନାଲ  ଗଲ୍ଫ କ୍ଲବ୍‌’ର । ଏଥିରେ ଟ୍ରମ୍ପ୍‌ ନିଜ ସମର୍ଥକଙ୍କ  ଜୋରଦାର ସ୍ୱାଗତକୁ ସାଦର ପ୍ରତିକ୍ରିୟା  ଦେଉଥିବା ନଜର ଆସିଛନ୍ତି । ଭିଡିଓଟି  ଭାଇରାଲ ହେବା ପରେ ଲୋକେ ତାଙ୍କ ନୂଆ  ହେୟାରଷ୍ଟାଲ୍‌ ଉପରେ ନାନା ପ୍ରତିକ୍ରିୟା  ଦେଉଛନ୍ତି । ଅନେକ ଏହାକୁ ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତି  କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବର ମେକ୍‌ଓଭର  ବୋଲି କହିଛନ୍ତି ।

 ଟ୍ରମ୍ପ୍‌ ଆସନ୍ତା ଜାନୁଆରୀ  ୨୦ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ଶପଥ  ନେବେ । ଏହା ପରେ ଔପଚାରିକ ରୂପେ  ଦାୟିତ୍ୱ ନିର୍ବାହ କରିବେ । ୨୦୨୪ ରାଷ୍ଟ୍ରପତି  ନିର୍ବାଚନରେ ଟ୍ରମ୍ପ୍‌ ମୋଟ୍‌ ୨୯୫ ଇଲେକ୍ଟୋରାଲ  ଭୋଟ୍‌ ପାଇ ଡେମୋକ୍ରାଟିକ୍‌ ପାର୍ଟିର ପାର୍ଥୀ  କମଲା ହାରିସ୍‌ଙ୍କୁ ହରାଇଥିଲେ । ସଦ୍ୟ ଭିଡିଓ  ସ୍ପଷ୍ଟ କରିଛି ଯେ ଟ୍ରମ୍ପ୍‌ ନିଜ କାର୍ଯ୍ୟକାଳର  ଶୁଭାରମ୍ଭ ନୂଆ ଉର୍ଜ୍ଜା ଓ ଆତ୍ମବିଶ୍ୱାସର ସହ  କରିବାକୁ ପୂରାପୂରି ପ୍ରସ୍ତୁତ । ତାଙ୍କ ନୂଆ  ହେୟାରଷ୍ଟାଇଲ୍‌କୁ ଲୋକେ ତାଙ୍କ ବ୍ୟକ୍ତିତ୍ୱର  ପରିବର୍ତ୍ତନ ଓ ରାଜନୈତିକ ଦୃଢ଼ତାର ପ୍ରତୀକ  ବୋଲି ବିଶ୍ୱାସ କରୁଛନ୍ତି । ତାଙ୍କର ଐତିହାସିକ  ବିଜୟ ତାଙ୍କ ନେତୃତ୍ୱରେ ଆମେରିକାକୁ  କେମିତି ପ୍ରଭାବିତ କରିବ, ତାହା ଦେଖିବାକୁ  ବାକି ରହିଲା