ଇସଲାମାବାଦ,୬।୯: ପାକିସ୍ତାନରେ ଆସିଥିବା ବିନାଶକାରୀ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ଆମେରିକା ପଠାଇଲ ସହାୟତା। ବିମାନ ଯୋଗେ ପାକିସ୍ତାନରେ ପହଁଞ୍ଚିଲା ରିଲିଫ୍ ସାମଗ୍ରୀ। ଇସଲାମାବାଦ ସ୍ଥିତ ଆମେରିକା ଦୂତାବାସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନୀ ସେନାର ଅନୁରୋଧରେ ଆମେରିକା ସେନ ବିମାନରୁ ରିଲିଫ୍ ସାମଗ୍ରୀ ପାକିସ୍ତାନ ଅଣାଯାଇଛି। ଏହି ବିମାନ ଶୁକ୍ରବାର ୬ ସେପ୍ଟେମ୍ବରରେ ରାଓ୍ବଲପିଣ୍ଡିର ନୁର ଖାନ୍ ଏୟାରବେସ୍ରେ ଲ୍ୟାଣ୍ଡ କରିବ। ଯେଉଁଠାରେ ପାକିସ୍ତାନୀ ସେନାର ଅଧିକାରୀ ଓ ଆମେରିକା ଚାର୍ଜ ଡି’ ଆଫେୟାର୍ସ ନେଟଲି ବେକର ରିଲିଜ୍ ସାମଗ୍ରୀ ରିସିଭ୍ କରିଛନ୍ତି।
ଦୂତାବାସ ପକ୍ଷରୁ ଲେଖା ଯାଇଛି, ବିନାଶକାରୀ ବନ୍ୟାର ମୁକାବିଲ କରିବା ପାଇଁ ପାକିସ୍ତାନୀ ସେନାର ଅନୁରୋଧରେ ଆମେରିକା ସେନା ବିମାନ ଆବଶ୍ୟକୀୟ ସାମଗ୍ରୀ ପହଁଞ୍ଚାଇଛି। ନୁର୍ ଖାନ୍ ଏୟାର ବେସ୍ରେ, ସିଡିଏ ବେକର ପାକିସ୍ତାନର ଲୋକଙ୍କ ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରିଛି, ଯାହାକି ଜୀବନବ୍ୟାପୀ, ବିନାଶକାରୀ ବନ୍ୟାରେ ଉଜୁଡି ଯାଇଛି।’
ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ ଅନ୍ତର୍ଗତ ମୋଟ ୬ଟି ବିମାନ ଜରିଆରେ ରିଲିଫ୍ ସାମଗ୍ରୀ ପାକିସ୍ତାନ ପଠାଇ ଦିଆଯାଇଛି। ଏଥିରୁ ତମ୍ବୁ, ଜଳ ବିଶୋଧନ ପମ୍ପ, ଜେନେରେଟର ଓ ଅନ୍ୟ ଆବଶ୍ୟକୀୟ ଉପକରଣ ମଧ୍ୟ ରହିଛି। ପାକିସ୍ତାନ ସେନାର ଜନସମ୍ପର୍କ ବିଭାଗ (ଆଇଏସ୍ପିଆର) ଅନୁସାରେ, ଔପଚାରିକ ଭାବରେ ଏହା ପାକିସ୍ତାନ ସେନାକୁ ପ୍ରଦାନ କରାଯାଇଛି। ପାକିସ୍ତାନରେ ପ୍ରବଳ ବର୍ଷା କାରଣରୁ ପ୍ରଞ୍ଜାବ ପ୍ରଦେଶ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ପାଣିରେ ବହୁ ଘର ବୁଡିଯାଇଥିବା ବେଳେ ଫସଲ ନଷ୍ଟ ହୋଇଯାଇଛି। ବହୁ ସଂଖ୍ୟାରେ ଲୋକେ ଅସ୍ଥାୟୀ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି।