ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭାରତ ଫେରିବ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବ୍ବୁର ରାଣା,ଆମେରିକା କୋର୍ଟ ପ୍ରତ୍ୟାର୍ପଣକୁ ଦେଲେ ମଞ୍ଜୁରୀ

Published By : Anindita Ratha | January 25, 2025 10:12 AM

ନୂଆଦିଲ୍ଲୀ,୨୫/୦୧: ଭାରତ ଫେରିବ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବ୍ବୁର  ରାଣା । ପ୍ରତ୍ୟାର୍ପଣକୁ ଆମେରିକା କୋର୍ଟର ମଞ୍ଜୁରୀ । ଆମେରିକାର କୋର୍ଟରେ ଭାରତ ପାଇଁ ଏହା ଏକ ବଡ଼ ବିଜୟ। ଅଗଷ୍ଟ ୨୦୨୪ ରେ, ଆମେରିକା କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାଙ୍କୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତ ଗତବର୍ଷ ସେପ୍ଟେମ୍ବରରେ ତହବୁର  ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଶୁଣାଣି କରିଥିଲା।

କିନ୍ତୁ ସୁପ୍ରିମକୋର୍ଟରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ରାଣା ଚ୍ୟାଲେଞ୍ଜ କରିଥିଲେ। ହେଲେ ଟ୍ରମ୍ପ ରାଷ୍ଟ୍ରପତି ହେବାର କିଛି ସମୟ ପରେ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖି ଭାରତକୁ ତାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛନ୍ତି। ତେଣୁ ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଭାରତ ଅଣାଯିବ। ତାଙ୍କର ପରୀକ୍ଷା ଆରମ୍ଭ ହେବ। ୨୬/୧୧ ଆକ୍ରମଣରେ ଯାହା ତାଙ୍କ ଷଡଯନ୍ତ୍ର ଥିଲା ଏନେଇ ତାଙ୍କୁ ପଚରାଉଚରା କରାଯିବ।

ତହବ୍ବୁର ରାଣାଙ୍କ ଉପରେ ଆରୋପ ରହିଛି ଯେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ  ଡ଼େବିଡ଼ କୋଲମେନ କୋଲମେନ ହେଡ଼୍‌ଲିକୁ ସାହାଯ୍ୟ କରିଥିଲେ ।   ହେଡଲିଙ୍କ ନିର୍ଦ୍ଦେଶରେ ସମଗ୍ର ଷଡଯନ୍ତ୍ର କାର୍ଯ୍ୟକାରୀ କରାଯାଇଥିଲା।  କୁହାଯାଏ ଯେ କଣ୍ଟ୍ରୋଲ ରୁମରେ ବସିଥିବା ବ୍ୟକ୍ତି ଜଣକ ତହବ୍ବୁର ରାଣା ଥିଲେ। ମୁମ୍ବାଇ ଆକ୍ରମଣର ଦୋଷୀ ରାଣା ଭାରତରେ ପହଞ୍ଚିବା ପରେ ଅନୁସନ୍ଧାନକାରୀ ସଂସ୍ଥା ୨୬/୧୧ ଷଡଯନ୍ତ୍ରର ଖୁଲାସା କରିବେ। ଏଥିରେ କିଏ କେଉଁ ଭୂମିକା ଗ୍ରହଣ କରିଛି ତାହା ସ୍ପଷ୍ଟ ହେବ। ଏହା ବ୍ୟତୀତ ଏଥିରେ ଜଡିତ ଥିବା ଲୋକଙ୍କ ନାମ, ଯାହାର ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ସେମାନଙ୍କ ନାମ ମଧ୍ୟ ପ୍ରକାଶ ପାଇବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.