ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତର ଅଭିବୃଦ୍ଧିକୁ ୦.୫% ପ୍ରଭାବିତ କରିବ ଆମେରିକା ଟାରିଫ: ଅର୍ଥ ସଚିବ

Published By : Prameya | April 24, 2025 1:25 PM

ନୂଆଦିଲ୍ଲୀ,୨୪/୦4: ଆମେରିକାର ଟାରିଫ୍‌ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ସିଧାସଳଖ ପ୍ରଭାବ ରହିବ ୦.୨%ରୁ ୦.୫% । ଅର୍ଥ ସଚିବ ଅଜୟ ସେଠ୍‌ ବୁଧବାର ଏହା ପ୍ରକାଶ କରିଛନ୍ତି । 

ଶ୍ରୀ ସେଠ୍‌ କହିଲେ ଯେ, ଚଳିତ ଆର୍ଥିକବର୍ଷ ଭାରତୀୟ  ଅର୍ଥନୀତି ପ୍ରାୟ ୬.୫% ବଢ଼ିପାରେ । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ଖସାଇଛନ୍ତି । ଏପ୍ରିଲରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଅଭିବୃଦ୍ଧି ଅନୁମାନକୁ ୬.୫%କୁ ଖସାଇଥିଲା । ପୂର୍ବରୁ ଏହାର  ଆକଳନ ଥିଲା ୬.୭% । ଆମେରିକାର ଟାରିଫ୍‌ ନୀତି  ବିତ୍ତୀୟ ବଜାରଗୁଡ଼ିକୁ ପ୍ରଭାବିତ କରିଛି । ଏହା ମଧ୍ୟ ବିଶ୍ୱ  ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ଅନୁମାନ  କରିଛନ୍ତି ବିଶେଷଜ୍ଞ । 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ  ବ୍ୟାଙ୍କ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି  ଅନୁମାନକୁ ଯଥାକ୍ରମେ ୬.୨% ଏବଂ ୬.୩%କୁ ଖସାଇଛନ୍ତି ।  ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ବାଣିଜ୍ୟିକ ଅସ୍ଥିରତା  ମଧ୍ୟରେ ଉଭୟ ପ୍ରତିଷ୍ଠାନ ସଂଶୋଧିତ ଆକଳନ କରିଛନ୍ତି ।  ଜାନୁଆରୀରେ ଆଇଏମ୍‌ଏଫ୍‌ ଏବଂ ବିଶ୍ୱବ୍ୟାଙ୍କ ଆକଳନ  କରିଥିଲେ ଯେ, ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା  ଯଥାକ୍ରମେ ୬.୫% ଏବଂ ୬.୭% ବଢ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.