ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଡେଡଲାଇନ୍ ପୂର୍ବରୁ ବଡ଼ ଖବର; ୧୦୦ ଦେଶ ଉପରେ ଏହି ଦିନରୁ ଲାଗୁ ହେବ ଟ୍ରମ୍ପଙ୍କ ଟାରିଫ୍, ତାଲିକାରେ ଅଛି କି ଭାରତର ନାଁ ?

Published By : Swapna Ray | July 6, 2025 1:29 PM

ନୂଆଦିଲ୍ଲୀ, ୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଧିକ ଦେଶ ଉପରେ ଟାରିଫ୍ ଲଗାଇଥିଲେ । ଏହି ଟାରିଫ୍‌ରେ ୯୦ ଦିନର ଛାଡ଼ ପରେ ୯ ଜୁଲାଇ ୨୦୨୫ରେ ଶେଷ ହେବାକୁ ଯାଉଛି । ଏହାର ଡେଡ୍‌ଲାଇନ ସରିବା ପୂର୍ବରୁ ଆମେରିକାରୁ ଏକ ବଡ଼ ଖବର ଆସିଛି । ଯେଉଁଥିରେ କୁହାଯାଇଛି ଯେ, ଆସନ୍ତା ମାସର ପ୍ରଥମ ତାରିଖ ଅର୍ଥାତ୍ ଅଗଷ୍ଟ ୧ରେ ୧୦୦ଟି ଦେଶ ଉପରେ ନୂଆ ରେସିପ୍ରୋକାଲ ଟାରିଫ୍ ଲାଗୁ ହେବ । ଏହି ଆମଦାନୀ ଶୁଳ୍କ ୧୦ ପ୍ରତିଶତ ରହିବ । ଆମେରିକା ଟ୍ରେଜରି ସଚିବ ସ୍କଟ୍ ବେସେଣ୍ଟ ଏନେଇ ସୂଚନା ଦେଇଛନ୍ତି । 

୧୨ଟି ଦେଶ ଉପରେ ଲାଗୁ ହେବ ଟାରିଫ୍: 

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ଟାରିଫ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ସୋମବାର ଏନେଇ ଘୋଷଣା କରାଯାଇପାରେ । ରିପୋର୍ଟ ଅନୁସାରେ, ଟ୍ରମ୍ପ ନିଜେ କହିଥିଲେ ଯେ, ସେ ପାଖାପାଖି ଡଜନେ ଦେଶ ପାଇଁ ଟ୍ରେଡ୍ ଲେଟର ଉପରେ ଦସ୍ତଖତ କରିଛନ୍ତି । ତାଲିକାରେ ସାମିଲ ଥିବା ଦେଶକୁ ଏହି ଚିଠି ପ୍ରଥମ ସପ୍ତାହରେ ପଠାଇ ଦିଆଯିବ । ଯେଉଁଥିରେ ସେମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିବ । ଏହି ଚିଠିଟିକୁ ଚୟନ କରିବେ କିମ୍ୱା ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବେ । ଏହା ସେହି ଦେଶମାନଙ୍କ ଉପରେ ନିର୍ଭରଶୀଳ । ତେବେ ତାଲିକାରେ ସାମିଲ ଥିବା କୌଣସି ଦେଶର ନାଁ ସାର୍ବଜନୀନ କରିବା ଉପରେ ରୋକ୍ ଲଗାଯାଇଛି । 

ରଏଟର୍ସର ରିପୋର୍ଟ ମୁତାବକ, ଏହି ତାଲିକାରେ ଭାରତ, ଜାପାନ ଓ ୟୁରୋପୀୟ ୟୁନିୟନ୍ ସାମିଲ ଥାଇପାରନ୍ତି । କହିରଖୁ କି, ଗତ ଏପ୍ରିଲ୍‌ରେ ଟ୍ରମ୍ଫ ରେସିପ୍ରୋକାଲ୍ ଟାରିଫ୍‌ର ଘୋଷଣା କରିଥିଲେ । ଏହା ପରେ ୯୦ ଦିନର ଛାଡ଼ ଦିଆଯାଇଥିଲା ଓ ୯ ଜୁଲାଇରେ ଏହାର ଡେଡ୍‌ଲାଇନ ଶେଷ ହେବାକୁ ଯାଉଛି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.