ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ଚାହୁଁନଥିଲେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ । ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ବିରୁଦ୍ଧରେ ଥିଲେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସ । ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଇରାନ ଉପରେ ଆମେରିକା ଆକ୍ରମଣ ପାଇଁ ଜେ.ଡି.ଭାନ୍ସ ଅସହମତି ପ୍ରକାଶ କରିଥିଲେ । ସେ ଚାହୁଁନଥିଲେ ଯେ ଆମେରିକା ଇରାନ ଉପରେ ଆକ୍ରମଣ କରୁ, କିନ୍ତୁ ଟ୍ରମ୍ପ ପୂର୍ବରୁ ସମସ୍ତ ନିଷ୍ପତ୍ତି ନେଇସାରିଛନ୍ତି।

ସୂଚନା ମୁତାବକ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ମଧ୍ୟ, ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବ୍ୟକ୍ତିଗତ ଭାବରେ ଏହାକୁ ବିରୋଧ କରିଥିଲେ। କିନ୍ତୁ ତାଙ୍କ ମତକୁ ଅଣଦେଖା କରାଯାଇଥିଲା। ବର୍ତ୍ତମାନ, ଆମେରିକା ଇରାନ ସହିତ ଏକ ଲମ୍ବା ଯୁଦ୍ଧରେ ଫସି ରହିଛି, ଯାହାର କୌଣସି ଅନ୍ତ ଦେଖାଯାଉନାହିଁ।

ଟ୍ରମ୍ପ ଭାନ୍ସଙ୍କୁ ଜଣେ ସନ୍ଦେହବାଦୀ ବୋଲି କହିଛନ୍ତି...

ଟ୍ରମ୍ପ ନିଜେ ପ୍ରକାଶ କରିଛନ୍ତି ଯେ ଭାନ୍ସ ଇରାନ ଉପରେ ଆମେରିକାର ଆକ୍ରମଣର ବିରୋଧ କରୁଥିଲେ। ଟ୍ରମ୍ପ ଭାନ୍ସଙ୍କୁ "ସନ୍ଦେହବାଦୀ", "ସଫଳତା ବିଷୟରେ ଚିନ୍ତିତ" ଏବଂ "ଯୁଦ୍ଧର ଦୃଢ଼ ବିରୋଧୀ" ବୋଲି ବର୍ଣ୍ଣନା କରିଥିଲେ। ତାଙ୍କର ଭୂମିକା ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିବା ଥିଲା, କିନ୍ତୁ ଅଧିକାରୀ ମାନେ କୁହନ୍ତି ଯେ "ନିର୍ଣ୍ଣୟ ନେବା ପରେ, ସେ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରନ୍ତି।" ଟ୍ରମ୍ପ ଏହି ପାର୍ଥକ୍ୟକୁ ସ୍ୱୀକାର କରି କହିଛନ୍ତି ଯେ ଭାନ୍ସ "ଦାର୍ଶନିକ ଭାବରେ ଟିକେ ଭିନ୍ନ... ହୁଏତ କମ୍ ଉତ୍ସାହୀ" ଥିଲେ।

ଫେବୃଆରୀ ୨୮ ରେ ଆମେରିକା କରିଥିଲା ଆକ୍ରମଣ...

ଆମେରିକା, ଇସ୍ରାଏଲ ସହିତ ଏକ ମିଳିତ ଅଭିଯାନରେ, ଫେବୃଆରୀ ୨୮ ତାରିଖରେ ଇରାନ ଉପରେ ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା, ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇରାନ ଇସ୍ରାଏଲ ଏବଂ ଆମେରିକୀୟ ଘାଟି ବିରୁଦ୍ଧରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଥିଲା। ଏବେ ଇସ୍ରାଏଲ-ଆମେରିକୀୟ-ଇରାନ ଯୁଦ୍ଧକୁ ୧୪ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ, ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ବିନାଶକାରୀ ଆକ୍ରମଣ ଆରମ୍ଭ କରିଛନ୍ତି । 

ଏହା ସହ ପଢନ୍ତୁ : ଇରାନରୁ ଆସିଲା ବଡ ଖବର, ଭାରତ ପାଇଁ ଖୋଲା ହର୍ମୁଜ ପ୍ରଣାଳୀ, କହିଲା ଭାରତ ଆମର ଭଲ ବନ୍ଧୁ...