ନୂଆଦିଲ୍ଲୀ,୧୦/୧୧; ଆମେରିକାରେ ୪୦ ଦିନ ଧରି ସଟଡାଉନ୍ ସ୍ଥିତି ଜାରି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିଦ୍ ଆଗରେ ଅଡୁଆରେ ପଡ଼ିଛି ଆମେରିକା । ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ମିଳୁନାହିଁ । ଫଳରେ ସେମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ବିମାନ ସେବା ପ୍ରଭାବିତ ହୋଇଛି । ୬ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏହି ସରକାରୀ ବନ୍ଦ ସ୍ୱାଭାବିକ ହେବାକୁ ଯାଉଛି । ଖୁବଶୀଘ୍ର ସଟ୍‌ଡାଉନ୍ ସ୍ଥିତିରେ ବ୍ରେକ୍ ଲାଗିବ ବୋଲି ଆଶା କରାଯାଉଛି ।

ସିନେଟ୍ ଭୋଟ୍ ଏକ ସମାଧାନ ବାଟ କାଢ଼ିବ । ରିପବ୍ଲିକାନ ନେତା ସେନେଟର୍‌ ଜନ୍ ଥୁନ୍‌ କହିଛନ୍ତି ଯେ ବନ୍ଦ ସମାପ୍ତ କରିବା ପାଇଁ ଡେମୋକ୍ରାଟିକ୍ ସଦସ୍ୟମାନଙ୍କ ସହିତ ଏକ ଚୁକ୍ତି କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ । ଡେମାକ୍ରାଟିକ ପାର୍ଟି ନେତା ଚକ୍‌ ସ୍କୁମରଙ୍କ ନେତୃତ୍ୱରେ ସବସିଡି ବା ଫଣ୍ଡି ବିଲକୁ ଅତିକମ ଗୋଟିଏ ବର୍ଷ ପାଇଁ ବଢାଇବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ । ରିପବ୍ଲିକାନ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାରମ୍ଭରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ମନା କରିଥିଲେ । କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି କି ରିପବ୍ଲିକାନମାନେ ଏକ ଆର୍ଥିକ ପ୍ୟାକେଜ୍ ଉପରେ କାମ କରୁଛନ୍ତି । ଯାହା କିଛି ବିଭାଗ ପାଇଁ ପୂର୍ଣ୍ଣ ବର୍ଷର ପାଣ୍ଠି ସୁନିଶ୍ଚିତ କରିବ ଏବଂ ସରକାରୀ ବନ୍ଦକୁ ସମାପ୍ତ କରିବାରେ ସାହାଯ୍ୟ କରିବ ।

​​​​​​​ଆମେରିକାରେ ସରକାରୀ ବନ୍ଦ ଯେବେ ହୁଏ ସେବେ ଆମେରିକୀୟ କଂଗ୍ରେସକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏକ ଅର୍ଥିକ ବିଲ ପାସ୍ କରିବାରେ ବିଫଳ ହୁଏ । ଫଳରେ ଅଣ-ଅତ୍ୟାବଶ୍ୟକୀୟ କାର୍ଯ୍ୟ ସ୍ଥଗିତ ହୋଇଯାଏ । ସରକାରୀ ବନ୍ଦ ସମାପ୍ତ କରିବାକୁ ହେଲେ କଂଗ୍ରେସକୁ ଏକ ଖର୍ଚ୍ଚ ବିଲ୍ କିମ୍ବା ନିରନ୍ତର ସଂକଳ୍ପ  ବା ସିଆର ପାସ୍ କରିବାକୁ ପଡିବ । ଯାହା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହେବା ଦରକାର ।