ଲକ୍ଷ୍ନୌ: ନେପାଳରେ ଘଟିଥିବା ହିଂସାତ୍ମକ ପ୍ରତିବାଦ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ପଡ଼ୋଶୀ ଦେଶର ସ୍ଥିତିକୁ ଉଲ୍ଲେଖ କରି ଯୋଗୀ ଆଦିତ୍ୟନାଥ ଶନିବାର (ସେପ୍ଟେମ୍ବର ୧୩) କହିଛନ୍ତି ଯେ, ଯଦି ଛୋଟ ଛୋଟ କଥାକୁ ଅଣଦେଖା କରାଯାଏ, ତେବେ ସେଗୁଡ଼ିକ ବଡ଼ ସମସ୍ୟାରେ ପରିଣତ ହୋଇପାରେ ଯେପରି ନେପାଳରେ ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗଗୁଡ଼ିକୁ ସକ୍ରିୟ ଏବଂ ସମ୍ବେଦନଶୀଳତାର ସହିତ ସମାଧାନ କରାଯିବା ଉଚିତ ।

ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜନପ୍ରତିନିଧିମାନଙ୍କୁ ମଧ୍ୟ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ତେଣୁ ସେମାନେ ଧୈର୍ଯ୍ୟର ସହିତ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଉଚିତ । ସେମାନଙ୍କୁ ଏକ ଯୁକ୍ତିଯୁକ୍ତ ସମାଧାନ ଖୋଜିବା ଦରକାର । ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ହିଛନ୍ତି ଯେ, ଡାକ୍ତରମାନେ ରୋଗୀ ଏବଂ ସେମାନଙ୍କ ପରିବାର ସହିତ ବ୍ୟବହାର କରିବା ସମୟରେ ସମ୍ବେଦନଶୀଳ ହେବ ଆବଶ୍ୟକ । ରାଜନେତା ଭାବରେ ଆମେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛୁ ଏବଂ ସମସ୍ୟାଗୁଡ଼ିକୁ ବୁଝି ଉପଯୁକ୍ତ ସମାଧାନ ଖୋଜିବା ଆମର କର୍ତ୍ତବ୍ୟ।

ସେ କହିଛନ୍ତି ଯେ, ହସ୍ପିଟାଲଗୁଡ଼ିକୁ ରୋଗୀଙ୍କ ଅନେକ ସମସ୍ୟାର ସମାଧାନ କରିବାକୁ ପଡ଼ିଥାଏ ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ରକ୍ତର ଉପଲବ୍ଧତା, ଯାହା ଛୋଟ ମନେହୁଏ କିନ୍ତୁ ସମୟ ମଧ୍ୟରେ ସମାଧାନ ନ ହେଲେ ଏହା ଏକ ବଡ଼ ସମସ୍ୟା ହୋଇପାରେ । ଛୋଟ ଛୋଟ କଥା ଆମ ପାଇଁ ବେଳେବେଳେ ବଡ଼ ସମସ୍ୟା ହୋଇଯାଏ। ନେପାଳରେ କ'ଣ ଘଟିଲା ଆପଣମାନେ ଦେଖିଥିବେ । ଲୋକମାନେ ସୋସିଆଲ ମିଡିଆକୁ ଅଣଦେଖା କରିଥିଲେ ଏବଂ ଏହାର ଫଳାଫଳ କ'ହେଲା ? ବିକାଶ ଏବଂ ପ୍ରଗତି କିପରି ବନ୍ଦ ହୋଇଗଲା ? ଲୋକଙ୍କ ଜୀବନ ସହିତ କିପରି ଖେଳାଗଲା ? ଏପରି ଘଟଣା କିଭଳି ଆଉ କେଉଁଠି ନଘଟେ ତାହା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅଞ୍ଚଳରେ ସତର୍କ ରହିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।