ନୂଆଦିଲ୍ଲୀ,୨୮/୦୩: ଉତ୍ତରାଖଣ୍ଡରେ ଆସନ୍ତା ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା । ଏହି ଦିନ ସର୍ବପ୍ରଥମେ ମା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀଙ୍କ ଧାମର କବାଟ ଖୋଲିବ । ଏହା ପରେ ମେ ୨  ତାରିଖରେ କେଦାରନାଥ ଓ ୪ ତାରିଖରେ ବଦ୍ରୀନାଥ ଧାମର କବାଟ ଖୋଲିବ । ଏଥିସହ ପୂର୍ଣ୍ଣ ରୂପରେ ଚାରିଧାମ ଯାତ୍ରାର ଶୁଭାରମ୍ଭ  ହେବ । ତେବେ ଯାତ୍ରା ସମୟରେ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ରହିବା ଲାଗି ୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । 

ସେଥିରେ  ହରିଦ୍ୱାର, ଋଷିକେଶ, ବ୍ୟାସି, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ, ହରବଟପୁର,  ବିକାଶନଗର, ବଡକୋଟ ଓ ଭଟୱାଡି ସାମିଲ  ଅଛି । ଏଠାରେ ଶ୍ରଦ୍ଧାଳୁଙ୍କ ଲାଗି ପାଣି, ଶୌଚାଳୟ,  ରାତ୍ରିଯାପନ କରିବାକୁ ଶଯ୍ୟା, ଔଷଧ ଓ ଖାଦ୍ୟ  ଆଦିର ବ୍ୟବସ୍ଥା କରାଯିବ । ଚଳିତବର୍ଷ ଚାରିଧାମ ଯାତ୍ରା ଲାଗି ଗତ ୬ ଦିନ ଭିତରେ ୯ ଲକ୍ଷ ଶ୍ରଦ୍ଧାଳୁ  ପଞ୍ଜିକରଣ କରିସାରିଲେଣି । ତେବେ ଚଳିତବର୍ଷ  ଯାତ୍ରା ସମୟରେ ଭିଡିଓ ରିଲ୍ସ ବନାଇବା ଉପରେ  ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି।  ସେହିଭଳି ଟଙ୍କା ଦେଇ ମଧ୍ୟ VIP ଦର୍ଶନ କରିପାରିବେ ନାହିଁ।