ଉତ୍ତରାଖଣ୍ଡ, ୧।୧୧: ବାହାଘର ହେଉ କିମ୍ୱା ଅନ୍ୟ କୌଣସି ଫଙ୍କସନ୍ ଆଉ ଅଧିକ ସୁନାଗହଣା ପିନ୍ଧିପାରିବେନି ମହିଳା ସୁନା ହାର, ଚୁଡ଼ି କି ମୁଦି, କିଛି ପିନ୍ଧି ପାରିବେନି କେବଳ କାନଫୁଲ, ନୋଥ ଓ ମଙ୍ଗଳସୂତ୍ର ପିନ୍ଧିପାରିବେ ୩ରୁ ଅଧିକ ସଂଖ୍ୟାର ସୁନା ଅଳଙ୍କାର ପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ? କହିରଖୁଛୁ ଯେ, ଏଭଳି ନିୟମ ଓଡ଼ିଶାରେ ନୁହେଁ ଉତ୍ତରାଖଣ୍ଡ ରାଜ୍ୟରେ ଲାଗୁ ହୋଇଛି ସେଠାରେ ଏକ ପଞ୍ଚାୟତ ମହିଳାମାନଙ୍କ ଅଧିକ ସୁନା ଅଳଙ୍କାର ପିନ୍ଧିବା ଉପରେ କଟକଣା ଲଗାଇଛି ।

ଦେଶରେ ଆକାଶ ଛୁଆଁ ସୁନା ରେଟ ଭିତରେ ଏଭଳି ଅଜବ ନିୟମ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ ତେବେ ଏହି ନିୟମ କାହିଁକି ଲାଗୁ ହୋଇଛି, ଏହି ନିୟମରେ ମହିଳାଙ୍କ ସୁନା ଗହଣା ପିନ୍ଧିବା ଉପରେ ଆଉ କେଉଁ କେଉଁ ପ୍ରତିବନ୍ଧକ ଲାଗୁ ହେବ ଆସନ୍ତୁ ଜାଣିବା ନିୟମ ଅନୁସାରେ, ଏଠିକାର ମହିଳାମାନେ ୩ରୁ ଅଧିକ ସୁନା ଅଳଙ୍କାର ପିନ୍ଧିଲେ ଜରିମାନା ଲାଗିବବାହାଘର କିମ୍ବା ଅନ୍ୟ କୌଣସି ସାମାଜିକ ସମାରୋହରେ କେବଳ କାନଫୁଲ, ନୋଥ ଓ ମଙ୍ଗଳସୂତ୍ର ପିନ୍ଧିପାରିବେ । ଯଦି ଏହାଠୁ ଅଧିକ ସୁନା ଗହଣା ପିନ୍ଧିଲେ ୫୦ ହଜାର ଜରିମାନା ଦେବାକୁ ପଡ଼ିବସେ ଧନୀ ହୁଅନ୍ତି ଗରିବ ସମସ୍ତଙ୍କ ପାଇଁ ଏହି ନିୟମ ସମାନ । ଯେ କେହି ବି ଏହି ନିୟମ ଭାଙ୍ଗିବେ ସିଏ ତଣ୍ଡ ଗଣିବେଉତ୍ତରାଖଣ୍ଡ ଡେରାଡୁନର କନ୍ଧାର ଓ ଇନ୍ଦ୍ରୋଲି ଗାଁରେ ଏହି ନିଆରା ନିୟମ ଲାଗୁ ହୋଇଛି । ଯାହାକୁ ସମସ୍ତ ଗ୍ରାମବାସୀ ସ୍ୱାଗତ କରିଛନ୍ତି । ବର୍ତ୍ତମାନ ମହିଳାଙ୍କ ସୁନା ପିନ୍ଧିବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ଆଗକୁ ଗାଁରେ ବ୍ରାଣ୍ଡେଡ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଇବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ଗ୍ରାମବାସୀ ।

ଗୋଟେ ପଟେ ଦେଖିବାକୁ ଗଲେ ଏହି ନିୟମ ଗରିବ ଓ ମଧ୍ୟସ୍ତି ପରିବାରକୁ ଆଶ୍ୱସ୍ତି ଦେଇଛି କାରଣ ଭାରତରେ ଇଚ୍ଛା ଥାଉ କି ନଥାଉ ଝିଅ ବାହାଘରରେ ନିଜର ସାମର୍ଥ୍ୟଠୁ ଅଧିକ ଖର୍ଚ୍ଚ କରିଥାନ୍ତି ପରିବାର ସୁନାଗହଣା କିଣିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି ଆଉ ବିବାହ ପରେ ଗରିବ ପରିବାରଟିଏ ଋଣ ବୋଝ ତଳେ ଦବିଯାଏ । ତେଣୁ ଲୋକଙ୍କୁ ଉପରୁ ସାମାଜିକ ଓ ଆର୍ଥିକ ଚାପ କମାଇବାକୁ ଉତ୍ତରାଖଣ୍ଡର ଏହି ଦୁଇ ଗାଁ ଏଭଳି ପଦକ୍ଷେପ ନେଇଛନ୍ତି ଏବେ ସୁନା ଦର ଆକାଶଛୁଆଁ ହୋଇଥିବା ବେଳେ ଏଭଳି ପଦକ୍ଷେପ ନିଶ୍ଚିତରୂପେ ସ୍ୱାଗତଯୋଗ୍ୟ