ପ୍ରମୂଖ ଖବର
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ବାଦଲ ଫଟା ବର୍ଷା ପରେ ଧରାଲି ଛାରଖାର, ରେସକ୍ୟୁ ଟିମ୍ ଆଗରେ ଖରାପ ପାଗ ବଡ଼ ଚ୍ୟାଲେଞ୍ଜ: ୫ ମୃତ,୧୧ ଯବାନ ନିଖୋଜ

Published By : Harapriya Biswal | August 6, 2025 5:05 PM

ନୂଆଦିଲ୍ଲୀ,୬।୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବାଦାଲ ଫଟା ବର୍ଷା ଯୋଗୁଁ  ଭୟଙ୍କର ବନ୍ୟା ପରେ ସ୍ଥିତି  ।ବର୍ଷା ଏବଂ ତା’ପରେ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଅଞ୍ଚଳକୁ ଛାରଖାର କରିଛି। ମଙ୍ଗଳବାର ଦିନ ପ୍ରାୟ ୨ଟା ସମୟରେ ଥରାଲି ଅଞ୍ଚଳରେ ହଠାତ୍ ଆସିଥିବା ଏହି ବନ୍ୟା ପରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେଭଳି ୧୧ ଜଣ ସେନା ଯବାନ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି। ପ୍ରାୟ ୧୯୦ ଜଣଙ୍କୁ ଉଦ୍ଧାର କରାଯାଇ ସାରିଛି। ତଥାପି, ଉଦ୍ଧାରକାରୀ ଦଳ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ଏବେ ବି ରହିଛି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ଧରାଲି  ବିପର୍ଯ୍ୟୟ ପରେ ୧୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସରକାର ଏବଂ ସେନା ମିଳିତ ଭାବରେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଣିପାଗ ଏବେ ଉଦ୍ଧାରକାର୍ଯ୍ୟ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ରହିଛି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ ଧ୍ୱଂସ ହୋଇଯାଇଛି । ଏହା ସହିତ ହର୍ସିଲରେ ହେଲିପ୍ୟାଡ୍ ଏବଂ ସେନାର କ୍ୟାମ୍ପ ମଧ୍ୟ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ଥ ହୋଇଛି ।

ଏନ୍‌ଡିଆରଏଫ୍‌ର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଅପରେସନ୍) ମହସିନ୍ ଶହେଦିଙ୍କ କହିବା ଅନୁସାରେ ସେନା, ଆଇଟିବିପି ଓ ଏସଡିଆରଏଫ୍ ସହିତ ଅଲଗା ଏଜେନ୍ସି ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ତେବେ ରିଷିକେଶ-ଉତ୍ତରକାଶୀ ହାଇଓ୍ବେରେ ଭୂସ୍ଖଳନ କାରଣରୁ ରାସ୍ତା ଅବରୋଧ ହୋଇଯାଇଛି। ଯାହାଫଳରେ ଏନ୍‌ଡିଆରଏଫ୍ ଟିମ୍ ଧରାଲିରେ ପହଁଞ୍ଚି ସାରିଛି। ଡେରାଡୁନ୍ ଏୟାରଲିଫ୍ଟ ଜରିଆରେ ପଠାଇବାର ଚେଷ୍ଟା ମଧ୍ୟ ଖରାପ ପାଗ ଯୋଗୁଁ ବିଫଳ ହୋଇଛି। ପାଣିପାଗ ବିଭାଗ ଆଗାମୀ ୧୨ ଘଣ୍ଟା ପାଇଁ ଚେତାବନୀ ଜାରି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.