ଛତ୍ରପୁର, ୨୮।୭: ଗଞ୍ଜାମ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଭି. କୀର୍ତ୍ତି ଭାଷନ ଦାୟିତ୍ୱ ଗ୍ରହଣ କରିଛନ୍ତି l ୨୦୧୮ବ୍ୟାଚ୍ର ଆଇଏଏସ୍ ଅଫିସର ଶ୍ରୀ କୀର୍ତ୍ତି ଭାଷନ ଦାୟିତ୍ୱ ଗ୍ରହଣ କରି ଲୋକଙ୍କ ଅଭିଯୋଗ ଶୁଣାଣିକୁ ପ୍ରଥମ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଯେପରି ଗୁରତ୍ୱ ଦେଇ ଆସିଛନ୍ତି, ସେହିପରି ଜିଲ୍ଲାସ୍ତରଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି କରାଯିବ । ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ସମସ୍ତ ସହଯୋଗରେ କରାଯିବ । ଜିଲ୍ଲାର ପୂର୍ବ ଅଭିଜ୍ଞତା ରହିଛି ତାହାକୁ ନେଇ କାର୍ଯ୍ୟ କରିବାକୁ ଚେଷ୍ଟା କରିବି । ଯେପରି ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ନମ୍ବର ୧ ହୋଇପାରିବ ସେନେଇ ସମସ୍ତ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ ନୂଆ ଜିଲ୍ଲାପାଳ l
ଜିଲ୍ଲାପାଳ ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଆସିଛନ୍ତି l ସେ ଏହା ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଥିଲେ l ଜିଲ୍ଲାପାଳ ଦାୟିତ୍ୱ ନେବା ପୂର୍ବରୁ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦେବ ଦତ୍ତ ପଣ୍ଡା, ଉପଜିଲ୍ଲାପାଳ ଛତ୍ରପୁର ଶିବାଶିଷ ବରାଳଙ୍କ ସମେତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l