ସୂର୍ଯ୍ୟବଂଶୀ ସମ୍ଭାଳିବେ ଅଧିନାୟକ ପଦ
୧୯ ବର୍ଷରୁ କମ୍ ଦଳରେ ମିଳିଲା ଦାୟିତ୍ବ
ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର
ନୂଆଦିଲ୍ଲୀ; ୧/୧ : ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା ବୈଭବ ସୂର୍ଯ୍ୟବଂଶୀ ୨୦୨୬ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ୧୯ ବର୍ଷରୁ କମ୍ ବିଶ୍ବକପ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତି ଚଳାଇଛି ଭାରତ । ବୈଭବଙ୍କ ବ୍ୟାଟିଂ ସାରା ବିଶ୍ବ ଦେଖିଥିବାବେଳେ ତାଙ୍କ ପ୍ରଦର୍ଶନ କିଭଳି ରହିବ ତାଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଶ୍ବକପ ପୂର୍ବରୁ ଭାରତ ତିନୋଟି ଏକଦିବସୀୟ ମ୍ୟାଚ ଖେଳିବା ପାଇଁ ଯାହାର ଅଧିନାୟକ ପଦ ସମ୍ଭାଳିବେ ବୈଭବ ସୂର୍ଯ୍ୟବଂଶୀ । ଆହତ କାରଣରୁ ଆୟୁଷ ମାତ୍ରେ ଦଳରୁ ବାହାରେ ରହିଥିବାବଳେ ତାଙ୍କୁ ଗୁରୁ ଦାୟିତ୍ବ ମିଳିଛି ।
ଦକ୍ଷିର ଆଫ୍ରିକା ବିପକ୍ଷରେ ଡେବ୍ୟୁ ସିରିଜ ଖେଳିବାକୁ ଯାଉଛନ୍ତି ସୂର୍ଯ୍ୟବଂଶୀ । ଆଫ୍ରିକା ମାଟିରେ ସେ ପ୍ରଥମ ଥର ଲାଗି ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଧିନାୟକ ଭାବେ ଦଳର ଭାର କିଭଳି ସମ୍ଭାଳୁଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ । ତେବେ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ନିଜର ଉଚ୍ଚକୋଟିର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟ ଆକର୍ଷଣ କରି ସାରିଛନ୍ତି ବୈଭବ । ଏହାସହ ସେ ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରିସାରିଛନ୍ତି । ବଡ଼ ବଡ଼ ଛକା ପାଇଁ ଜଣାଶୁଣା ଏହି ଉଦୀୟମାନ କ୍ରିକେଟରଙ୍କୁ ଅଧିନାୟକ ପଦ ସମ୍ଭାଳିବା ପାଇଁ ଦିଆଯାଇଥିବାବେଳେ ସେ ଏହାକୁ କିଭଳି ଭାବେ ସମ୍ଭାଳୁଛନ୍ତି ତାକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ସେ ୧୯ ବର୍ଷରୁ କମ୍ ବିଶ୍ବକପରେ ସର୍ବାଧିକ ସ୍କୋର କରିପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।