ନୂଆଦିଲ୍ଲୀ,୩୦/୦୫: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ ଏସୀୟ କ୍ରୀଡ଼ା ବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପୁଣି ଥରେ ୨୦୨୬ ଏସଆନ୍ ଗେମ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୩ ଏସୀୟ କ୍ରୀଡ଼ା ଦଳର ନଅ ଜଣ ସଦସ୍ୟଙ୍କୁ ଚଳିତ ବର୍ଷର ଇଭେଣ୍ଟ ପାଇଁ ଭାରତର ୩୦ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି। ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବଂ ଶ୍ରେୟସ ଆୟରଙ୍କୁ ସାମିଲ କରାଯାଇଛି।

ଅଧିକ ପଢ଼ନ୍ତୁ: ଆଇପିଏଲ୍ ୨୦୨୬ ଫାଇନାଲ ପୂର୍ବରୁ ଆରସିବି ଫ୍ୟାନ୍ସଙ୍କୁ ଝଟକା; ସେଲିବ୍ରେସନ ଉପରେ ପ୍ରତିବନ୍ଧକ!

ଏସୀୟ କ୍ରୀଡ଼ାରେ ଖେଳିପାରନ୍ତି ବୈଭବ:

୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତର ୩୦ ସଦସ୍ୟ ବିଶିଷ୍ଟ ସମ୍ଭାବ୍ୟ ଦଳରେ ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇନାହାଁନ୍ତି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ୨୦୨୬ ଏସୀୟ କ୍ରୀଡ଼ାର ଆୟୋଜକଙ୍କ ସହ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ସେୟାର କରିଛି, ଯେଉଁଥିରୁ ୧୫ ଜଣିଆ ଚୂଡ଼ାନ୍ତ ଦଳ ପରେ ଚୟନ କରାଯିବ। ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗତ ସିଜିନରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜୟୀ କରିଥିବା ଋତୁରାଜ ଗାୟକୱାଡଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି। କିନ୍ତୁ ସେ ଜୁଲାଇ ୨୦୨୪ ରେ ଜିମ୍ବାୱେ ଗସ୍ତ ପରଠାରୁ ଭାରତ ପାଇଁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି।

​​​​​​​

କ୍ରିଡ଼ା ସମ୍ପର୍କିତ ଖବର ପଢ଼ନ୍ତୁ: IPL 2026 Final: RCB ଇତିହାସ ରଚିବ ନା ଗୁଜରାଟର ୨୦୨୨ କାହାଣୀ ରିପିଟ୍ ହେବ ? ଜାଣନ୍ତୁ କାହା ନାମରେ ରେକର୍ଡ

ଚଳିତ ବର୍ଷ ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ୍ ମୁକାବିଲା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ମଇଦାନରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସହିତ ଅନୁଷ୍ଠିତ ହେବ, ଯାହା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରହିବ। ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦିନିକିଆରେ ବ୍ୟସ୍ତ ରହିବେ ବୋଲି ଆଶା କରାଯାଉଛି, ତେଣୁ ସେ କଣ୍ଟିନେଣ୍ଟାଲ ଇଭେଣ୍ଟ ପାଇଁ ଜାପାନ ଯାତ୍ରା କରିବେ ନାହିଁ। କିମ୍ବଦନ୍ତୀ ବ୍ୟାଟର ଭିଭିଏସ ଲକ୍ଷ୍ମଣ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତଥାପି, ଏହି ଇଭେଣ୍ଟ ପାଇଁ ମନୋନୀତ ଭାରତୀୟ ଦଳ ଏକ ଶକ୍ତିଶାଳୀ ଦଳ ହେବ ଏବଂ ବୈଭବଙ୍କ ଆଗମନ ଦଳର ବ୍ୟାଟିଂକୁ ଆହୁରି ମଜବୁତ କରିବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Vaibhav-Riyan: ଶତକରୁ ବଞ୍ଚିତ ହେଲେ ବେବି ବସ୍ ବୈଭବ, ଗାଳି ଦେଇ ଟ୍ରୋଲ୍ ହେଲେ କ୍ୟାପ୍ଟେନ୍ ରିୟାନ ପରାଗ