ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବରୁଣ ଧୱନଙ୍କ ଆକ୍ସନ୍ ଫିଲ୍ମ 'ବେବି ଜନ'ରେ ସଲମାନ ଖାନଙ୍କ ଏଣ୍ଟ୍ରି, ଏହି ଭୂମିକାରେ ଆସିବେ ନଜର

Published By : Anindita Ratha | November 13, 2024 8:48 AM

ମୁମ୍ବାଇ,୧୩/୧୧:   ଆକ୍ସନ୍ ଫିଲ୍ମ 'ବେବି ଜନ୍' ସହ ଫେରୁଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ। ଏହାରି ମଧ୍ୟରେ ବରୁଣ ଧୱନ ଫିଲ୍ମରେ ସଲମାନ ଖାନଙ୍କ ଏଣ୍ଟ୍ରି ନେଇ କରିଛନ୍ତି  କନଫର୍ମ । ସେ ସ୍ପଷ୍ଟ କରିଛନ୍ତି ଯେ ସଲମାନ ଖାନ ଫିଲ୍ମ 'ବେବି ଜନ୍'ରେ ଏକ ଜବରଦସ୍ତ କ୍ୟାମିଓ ରୋଲରେ ନଜର ଆସିବେ । ତେବେ ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । 

ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ରେ ବରୁଣ ଧୱନ ask me anything ସେସନ କରିଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ 'ବେବି ଜନ୍' ଚଳଚ୍ଚିତ୍ର ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ଯୁଜର୍ ଫିଲ୍ମରେ ସଲମାନ ଖାନଙ୍କ କ୍ୟାମିଓ ବିଷୟରେ ଏକ ପ୍ରଶ୍ନ ଉଠାଇଥିଲେ। ଫ୍ୟାନ୍ସ ବରୁଣ ଧୱନଙ୍କୁ ପଚାରିଥିଲେ, 'ବେବି ଜନ ଭାଇ (ସଲମାନ ଖାନ)ଙ୍କ କ୍ୟାମିଓ କେତେ ମିନିଟ୍, ଏଥିରେ ଅଭିନେତା ଉତ୍ତର ଦେଇଛନ୍ତି,' ମୁଁ ମିନିଟ୍ କହିବି ନାହିଁ, ଏହାର ପ୍ରଭାବ ଅନେକ ମାସ ପର୍ଯ୍ୟନ୍ତ ରହିବ। ଯାହା ଶୁଣି ଫ୍ୟାନ୍ସଙ୍କ ଖୁସି ଦ୍ୱିଗୁଣିତ ହୋଇଛି । 

ପ୍ରକାଶ ଥାଉକି, 'ବେବି ଜନ'ର କାହାଣୀ କାଲିଶ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ସାଉଥ ଇଣ୍ଡିଆନ ଫିଲ୍ମ 'ଥେରିର' ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି 'ବେବି ଜନ' । ଯାହାକି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଏବଂ ସାମନ୍ଥା ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଜିଓ ଷ୍ଟୁଡିଓ ଏବଂ ସିନେ 1 ଷ୍ଟୁଡିଓ ସହଯୋଗରେ ଅଟଲି ଏହାକୁ ନିର୍ମାଣ କରୁଛନ୍ତି । ବରୁଣ ଧୱନଙ୍କ ବ୍ୟତୀତ ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ଭାମିକା ଗାବୀ, ଜ୍ୟାକି ଶ୍ରଫ, ରାଜପାଲ ୟାଦବ, ଶିବା ଖାଡା ଏବଂ ସାନିଆ ମଲହୋତ୍ରା ନଜର ଆସିବେ । ଏହି ଚଳଚ୍ଚିତ୍ରଟି ହେଉଛି କିର୍ତ୍ତୀ ସୁରେଶଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଏବଂ ସେ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରିବେ । ୨୫ ଡିସେମ୍ୱରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.