କଟକ  : ବାରବାଟୀ ଷ୍ଟାଡିୟମରେ ବରୁଣ ଚକ୍ରବର୍ତ୍ତୀ । ଆଜି ସକାଳୁ ସକାଳୁ ବାରବାଟୀ ଯାଇ ନେଟ୍ ପ୍ରାକ୍ଟିସ୍ କରିଛନ୍ତି ବରୁଣ । ସକାଳ ସାଢେ ୮ଟାରେ ଷ୍ଟାଡିୟମରେ ପହଞ୍ଚି ପାଖାପାଖି ୧ ଘଣ୍ଟା ଧରି ନେଟ୍ ପ୍ରାକ୍ଟିସ୍ କରିଥିଲେ । ତେବେ ଆସନ୍ତାକାଲି ଚଣ୍ଡିଗଡରେ ଖେଳାଯିବ ସିରିଜର ଦ୍ବିତୀୟ ମ୍ୟାଚ । ଏଥିପାଇଁ ବାରବାଟୀରେ ପ୍ରାକ୍ଟିସ୍ କରି ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟୀରେ ୩ ଓଭରରେ ଦୁଇଟି ୱିକେଟ ନେଇଥିଲେ । ଏହାସହ ଗୋଟିଏ ମେଡେନ୍ ଓଭର ହାସଲ କରିବାରେ ମଧ୍ୟ ସଫଳ ହୋଇଥିଲେ ।