ହିନ୍ଦୁ ଧର୍ମରେ ବାସ୍ତୁର ରହିଛି ବେଶ୍ ମହତ୍ତ୍ବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସମସ୍ତ କାର୍ଯ୍ୟ କଲେ ଶୁଭଫଳ ପ୍ରାପ୍ତି ହୁଏ । ଘରେ ମା' ଲକ୍ଷ୍ମୀଙ୍କ ବାସ ହେବା ସହ ସୁଖ, ସମୃଦ୍ଧି, ଶାନ୍ତି ବଜାୟ ରହେ। ତେବେ ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଏ । ଏହାଦ୍ବାରା ମା' ଲକ୍ଷ୍ମୀ ରୋଷ କରନ୍ତି ଓ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍ ନୁହେଁ।
ଭଙ୍ଗା ଜିନିଷ ବ୍ୟବହାର କରିବା: ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗା ଜିନିଷ ଯେପରି ଦର୍ପଣ, ଘଣ୍ଟା, କାଚ ଇତ୍ୟାଦି ବ୍ୟବହାର କରିବା କିମ୍ବା ଘରେ ରଖିବା ଅଶୁଭ ହୋଇଥାଏ । ଏସବୁ ଜିନିଷ ଘରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ।
ଡ୍ରେସ ଧୋଇବା: ଅନେକ ଲୋକଙ୍କ ଅଭ୍ୟାସ ରାତିରେ ଶୋଇବା ପୂର୍ବରୁ ଡ୍ରେସ ସଫା କରିବା । ହେଲେ ଏଭଳି କାମ ଭୁଲରେ କରନ୍ତୁ ନାହିଁ । ବିଶ୍ବାସ ଅଛି, ରାତିରେ ଡ୍ରେସ ଧୋଇଲେ କିମ୍ବା ଶୁଖାଇଲେ ଏଥିରେ ନକାରାତ୍ମକ ଶକ୍ତି ପ୍ରବେଶ କରେ ।
ନଖ କାଟିବା: ସାଧାରଣତଃ ପ୍ରତି ଘରେ ରାତିରେ ନଖ କାଟିବାକୁ ବାରଣ କରିଥାନ୍ତି । କାରଣ ରାତିରେ ନଖ ଓ ଚୁଟି କାଟିବା ଅଶୁଭ ହୋଇଥାଏ । ହିନ୍ଦୁଧର୍ମରେ ବିଶ୍ବାସ ରହିଛି ଯେ, ରାତିରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହୋଇଥାନ୍ତି । ନଖ ଚଟାଣରେ ପଡିଲେ ଏହା ଖରାପ ଶକ୍ତିକୁ ଆକର୍ଷିତ କରିପାରେ । ଫଳରେ ଘରର ଅମଙ୍ଗଳ ହୁଏ ।
ଦହି, ଲୁଣ, ଚିନି ଦେବା: ସନ୍ଧ୍ୟା ପରେ କାହାରିକୁ ଲୁଣ, ଚିନି, କ୍ଷୀର, ଦହି ଦିଅନ୍ତୁ ନାହିଁ । ଖାସ୍ କରି ରାତିରେ ଘରୁ ଲୁଣ ଉଧାର ଦେବାକୁ ବାରଣ କରାଯାଏ । ଏପରି କଲେ ମା' ଲକ୍ଷ୍ମୀଙ୍କ ରୋଷର ଶିକାର ହେବାକୁ ପଡିଥାଏ ।
ଘର ସଫା: ସନ୍ଧ୍ୟା ପରେ କେବେ ବି ଘର ଝାଡୁ କିମ୍ବା ପୋଛାପୋଛି କରନ୍ତୁ ନାହିଁ । ଯଦି ଝାଡୁ କରୁଛନ୍ତି ତାହେଲେ ଅଳିଆ ବାହାରକୁ ନିଅନ୍ତୁ ନାହିଁ । ସବୁବେଳ ସକାଳ ବେଳା ହିଁ ଘର ସଫା କରନ୍ତୁ । ଘର ପରିଷ୍କାର ପରିଚ୍ଛନ ରହିଲେ ଲକ୍ଷ୍ମୀଙ୍କ ବାସ ହୁଏ ।