ଭୁବନେଶ୍ୱର,୦୭/୦୩: ସଶକ୍ତିକରଣ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ଶିକ୍ଷା, ଆତ୍ମବିଶ୍ୱାସ-ନିର୍ମାଣ ଏବଂ ନିଜ ଘର ନିକଟରେ କ୍ୟାରିୟର ଗଢ଼ିବାର ସୁଯୋଗ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥାଏ । ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଶିକ୍ଷା କ୍ଷେତ୍ରରେ ନିବେଶ ସହିତ ଘର ନିକଟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟ କରୁଛି । ପ୍ରିୟଙ୍କା ମହାକୁଡଙ୍କ ଯାତ୍ରା ଏହାର ଏକ ଉଦାହରଣ ।

ଲାଞ୍ଜିଗଡ଼ରେ ଜନ୍ମଗ୍ରହଣ କରି ବଢ଼ିଥିବା ପ୍ରିୟଙ୍କା ବେଦାନ୍ତ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟୟନ କରିଥିଲେ, ଯାହା ଏହି ଅଞ୍ଚଳର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ଏକ ସମୟରେ ଯେତେବେଳେ ଇଂରାଜୀ-ମାଧ୍ୟମ ଶିକ୍ଷା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ ଥିଲା, ସେତେବେଳେ ଏହି ବିଦ୍ୟାଳୟ ବ୍ୟାପକ ଶିକ୍ଷା ଅଭିବୃଦ୍ଧିର ଏକ ପ୍ରବେଶ ଦ୍ୱାର ହୋଇଥିଲା । ପ୍ରିୟଙ୍କା ବି.ଏସ୍. ସି. ଶେଷ କରିବା ପରେ ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନ (ସମ୍ମାନ)ରେ ତାଙ୍କ ଶିକ୍ଷାର ଯାତ୍ରା ଜାରି ରଖିଥିଲେ ଏବଂ ବର୍ତ୍ତମାନ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ବାୟୋଟେକ୍ନୋଲାଜିରେ ସ୍ନାତକୋତ୍ତର କରୁଛନ୍ତି ।

ପ୍ରିୟଙ୍କାଙ୍କ ପାଇଁ ଏହା କେବଳ ଉଚ୍ଚ ଶିକ୍ଷା ନୁହେଁ ବରଂ ବୃତ୍ତିଗତ ମହତ୍ୱାକାଂକ୍ଷା ପାଇଁ ମଧ୍ୟ ମୂଳଦୁଆ ପକାଇଥିଲା । ସେ ବର୍ତ୍ତମାନ ବେଦାନ୍ତର ଆଲୁମିନା ରିଫାଇନାରୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ, ଡିଷ୍ଟ୍ରିବ୍ୟୁଟେଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ (ଡିସିଏସ) ରେ କାର୍ଯ୍ୟ କରନ୍ତି, ଯାହାକୁ କାରଖାନାର ସ୍ନାୟୁ କେନ୍ଦ୍ର ଭାବରେ ବିବେଚନା କରାଯାଏ ।

ଅଧିକ ପଢ଼ନ୍ତୁ :- ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର, ହିନ୍ଦୀ ମାଷ୍ଟରଙ୍କୁ ଉଠାଇ ନେଲା ପୁଲିସ