ଜଳେଶ୍ୱର ୨୮/୫: ଆଜି ପୂର୍ବାହ୍ନରେ ଏକ ଗାଡି ଦ୍ରୁତଗତିରେ ପଶ୍ଚିମବଂଗରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ୬୦ରେ ରହିଥିବା ଜଳେଶ୍ୱର ନିକଟ ନନ୍ଦିକା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଗାଡିର ଚାଳକ ତଥା ମାଲିକ ସଂଜୟ ବଂଶଲ, ତାଙ୍କ ସ୍ତ୍ରୀ ଓ ପୁତ୍ର ଏଥିରେ ବସିଥିବା ବେଳେ କାର୍ଟି ରାସ୍ତା ପାଶ୍ୱର୍ରେ ୨୦ଫୁଟ ତଳ ନୟନଯୋଡିକୁ ଖସିପଡିଥିଲା ।
ସକାଳ ୮ଟା ସମୟରେ ଏପରି ଘଟଣା ଘଟିଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ପୁଲିସ୍କୁ ଖବର ଦେବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇ ଗୁରୁତର ହୋଇପଡିଥିବା ଲୋକଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଚାଳକଙ୍କ ଆଖି ଲାଗିଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।