ଫିରିଙ୍ଗିଆ, ୨୧/୫: କନ୍ଧମାଳ ଜିଲାରେ ପ୍ରଶାସନ ତରଫରୁ ଜେତେ ସଚେତନତା କଲେ ମଧ୍ୟ ମଦ୍ୟପ ଗାଡି ଚାଳନା କମିବାରେ ନା ଧରୁନି। ଦିନକୁ ଦିନ ମଦ୍ୟପ ଡ୍ରାଇଭର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ରେ ନିଶା ସେବନ କରି ଦୁର୍ଘଟଣା ରେ ଅଧିକାଂଶ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି l ଗତ ୨ ଦିନ ହେବ ଫିରିଙ୍ଗିଆ ପୋଲିସ ତରଫରୁ ମଦ୍ୟପ ଗାଡି ଚାଳକ ଙ୍କୁ ଧରିବାରେ ଚେଷ୍ଟା କରାଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଛକ ରେ ମେସିନ ଦ୍ୱାରା ମଦ୍ୟପ ଡ୍ରାଇଭର ମାନଙ୍କୁ ଚେକିଂ କରାଯାଉଛି l
ବୁଧବାର ସନ୍ଧ୍ୟାରେ ମଦ୍ୟପାନ କରି ପ୍ରବଳ ନିଶାରେ ଏକ ଗ୍ୟାସ ଟାଙ୍କି ବୋଝେଇ ଟ୍ରକ ଚଳାଉଥିଲେ।ଟ୍ରକ ଡ୍ରାଇଭରକୁ ଫିରିଙ୍ଗିଆ ପୋଲିସ ଅଟକ ରଖିବା ସହ ଗ୍ୟାସ ଟାଙ୍କି ବୋଝେଇ ଗାଡି କୁ ମଧ୍ୟ ଜବତ କରିଛି l ଡ୍ରାଇଭର ଜଣକ ହେଲେ ବାଲିଗୁଡା ର ଫରେଷ୍ଟ କଲୋନୀ ସାହିର ଗଣେଶ ହଂସ । ଗାଡିଟି ବାଲିଗୁଡା ରୁ ଫିରିଙ୍ଗିଆ ବ୍ଲକ ଗୋଛାପଡା କୁ ଗ୍ୟାସ ଟାଙ୍କି ବୋଝେଇ କରି ଯାଉଥିଲା।