ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

କାର୍ତ୍ତିକ ପୂର୍ଣ୍ଣିମାରେ କେବଳ ଏହି ଚାରୋଟି କାମ କରନ୍ତୁ, ଆପଣଙ୍କ ଘରେ ରହିବ ନାହିଁ ଅଭାବ

Published By : Tapas Panda | November 14, 2024 11:32 PM

Image Courtesy: Times Now

ଭୁବନେଶ୍ବର: ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଏକା ସହିତ ଅନେକ ଶୁଭଯୋଗ ପଡୁଛି । କାର୍ତ୍ତିକ ପୂର୍ଣ୍ଣମାରେ ବେଶୀ ଯୋଗ, ଗୌରୀ ଯୋଗ, ଗଜକେଶରୀ ରାଜଯୋଗ ପଡୁଛି । ପୁରାଣ ଶାସ୍ତ୍ରରେ କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇଛି । ରାମାୟଣରେ ମଧ୍ୟ ମହା କାର୍ତ୍ତିକ ମାସ ବିଷୟରେ ଉଲ୍ଲେଖ ରହିଛି। ରାମାୟଣର ତୃତୀୟ ପର୍ବରେ ଭରତ କହିଥିଲେ ଯେ ଯଦି ରାମଙ୍କର ବନବାସ ଯିବାରେ ମୋର ସାମାନ୍ୟତମ ବି ହାତ ଥାଏ, ତେବେ ମୋତେ ମହା କାର୍ତ୍ତିକ ମାସ ସ୍ନାନର ପୂଣ୍ୟ ଫଳ ମିଳିବ ନାହିଁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁଷ୍କର ତୀର୍ଥରେ ସ୍ନାନ କଲେ ମଣିଷକୁ ବହୁ ପୂଣ୍ୟ ମିଳେ ବୋଲି ଭବିଷ୍ୟ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । ଯଦି ଆପଣ କାର୍ତ୍ତିକ ମାସରେ ମହାସ୍ନାନ କରିପାରୁ ନାହାନ୍ତି ତେବେ ଏଥର ଚାରି ଯୋଗ ମିଳିତ ଭାବେ ପଡୁଥିବାରୁ ଆପଣ ଦାନଧର୍ମ କରି ମଧ୍ୟ ସମାନ ପୂଣ୍ୟ ଫଳ ଲାଭ କରିପାରିବେ । ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଯଦି ଆପଣ ଚାହାନ୍ତି ମା’ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ ତେବେ ଆପଣଙ୍କୁ ଏହି ଚାରୋଟି ପଦାର୍ଥ ଦାନ କରିବାକୁ ପଡିବ । 

କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବର୍ଣ୍ଣଦାନକୁ ସର୍ବୋତ୍ତମ ଦାନ ବୋଲି କୁହାଯାଏ । ଶାସ୍ତ୍ରାନୁଯାୟି ଏହି ଦିନ ସ୍ବର୍ଣ୍ଣ ଦାନ କଲେ ବ୍ୟକ୍ତିଙ୍କ ଜୀବନରେ କେବେ ଅଭାବ ଅନଟନ ରହିବ ନାହିଁ । ବ୍ୟକ୍ତିକୁ ସାତଜନ୍ମ ସୁଫଳ ମିଳିବ । ଏଣୁ ମହା କାର୍ତ୍ତିକ ପୂର୍ଣ୍ଣିମାରେ ଆପଣ ଆପଣଙ୍କ କ୍ଷମତା ଅନୁସାରେ ବ୍ରାହ୍ଣଣ, ଭଣଜା, ଭାଣିଜୀ କିମ୍ବା ଆପଣଙ୍କ ଭଉଣୀଙ୍କୁ ସ୍ବର୍ଣ୍ଣ ଦାନ କରନ୍ତୁ । 

କାର୍ତ୍ତିକ ପୂର୍ଣ୍ଣିମାରେ ଅନ୍ନ ଦାନ କିମ୍ବା ବସ୍ତ୍ର ଦାନ କଲେ ମଧ୍ୟ ଶୁଭଫଳ ମିଳିଥାଏ । ତେଣୁ ଏହି ଦିନ ଦୁଃଖିରଙ୍କୀଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରିପାରିବେ। କାର୍ତ୍ତିକ ମାସ ଶୀତଦିନ ହୋଇଥିବାରୁ କମ୍ବଳ, ଜୋତା, ଚପଲ ଆଦି ମଧ୍ୟ ଦାନ କରିପାରିବେ । ଏଥିସହିତ ଏହି ଦିନରେ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ବାରା ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଧାର୍ମିକ ପୁସ୍ତକ ମଧ୍ୟ ଦାନ କରିବା ଦରକାର । ତେଣୁ ମନ୍ଦିର ଯାଇ ପୁସ୍ତକର ମୂଲ୍ୟ ବୁଝୁଥିବା ଉଚିତ ବ୍ୟକ୍ତିଙ୍କୁ ନିଜ ସାମର୍ଥ୍ୟାନୁସାରେ ଧାର୍ମିକ ପୁସ୍ତକ ଦାନ କରନ୍ତୁ । 

ଏସବୁ ବ୍ୟତୀତ ଆପଣ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଯଅ ଭଳି ଶସ୍ୟ ଦାନ କରିପାରିବେ। ଯଅ ଦାନ କଲେ ମଧ୍ୟ ଶୁଭ ଫଳ ମିଳିଥାଏ । ଆପଣ ଚାହିଁଲେ ଭଗବାନ ବିଷ୍ଣୁଙ୍କ ପ୍ରିୟ କଳା ରାଶି ଦାନ କରି ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ । ଘିଅ ଦାନ କଲେ ମଧ୍ୟ ସମସ୍ତ ପାପ ନଷ୍ଟ ହୋଇ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.