ନୀଳଗିରୀ,୪/୩ : ହାତୀର ଚିକତ୍ସା କରିବାକୁ ପ୍ରାଣୀ ଚିକିତ୍ସାଧିକାରୀ ଅଭୟାରଣ୍ୟକୁ ଯାଇଥିଲେ । ହେଲେ ହାତୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଦଳିଦେଲା। ହାତୀ ଆକ୍ରମଣରେ ପ୍ରାଣୀ ଚିକିତ୍ସାଧୀକାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି।
ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା କୁଳଡିହା ଅଭୟାରଣ୍ୟ ଋଷିଆ ଅଞ୍ଚଳରେ ଏକ ହାତୀ ଅସୁସ୍ଥ ହୋଇ ପାଣିରେ ପଡିରହିଥିଲା। କୁଳଡିହା ବନ ବିଭାଗ ନୀଳଗିରୀ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଭାଶିଷ ମହାପାତ୍ରଙ୍କୁ ନେଇ ହାତୀଟିର ଚିକିତ୍ସା ପାଇଁ ଯାଇଥିଲେ। ହାତୀ ପାଖକୁ ଗଲାବେଳକୁ ହାତୀଟି ପାଲଟା ଆକ୍ରମଣ କରିବାକୁ ଗୋଡ଼ାଇଥିଲା।ବନବିଭାଗ ଓ ପ୍ରାଣୀ ଚିକତ୍ସା ଅଧିକାରୀ ପ୍ରାଣ ବିକଳରେ ଦୌଡିଥିଲେ। ଏହି ସମୟରେ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ମହାପାତ୍ର ତଳେ ପଡି ଯାଇଥିଲେ।ହାତୀଟି ଆସି ତାଙ୍କ ଉପରେ ଗୋଡ଼ ପକାଇବାରୁ ତାଙ୍କ ହାତ ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଭାବେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ନେବା ପରେ ଗୁରୁତର ଥିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।