ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିକି କୌଶଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,'ମହାଅବତାରରେ'ରେ ଆସିବେ ନଜର

Published By : Anindita Ratha | November 14, 2024 2:54 PM

ମୁମ୍ବାଇ, ୧୪ /୧୧: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବିକି କୌଶଲଙ୍କ ଫ୍ୟାନ୍ସ ତାଙ୍କ 'ଛାବା ଏବଂ ଲଭ ଆଣ୍ଡ ୱାର'କୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ବିକିଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି ।  ଯେଉଁଥିରେ ସେ ପ୍ରଭୁ ପର୍ଶୁରାମଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଫିଲ୍ମରୁ ପ୍ରଥମ ଲୁକ ପୋଷ୍ଟର ରିଲିଜ ହେବା ସହ ଫିଲ୍ମ କେବେ ପରଦାକୁ ଆସିବା ତାହାର ତାରିଖ ମଧ୍ୟ ପ୍ରକାଶ କରାଯାଇଛି ।

ତେବେ ସ୍ତ୍ରୀ ୨ ସଫଳତା ପରେ ମ୍ୟାଡକ୍ ଫିଲ୍ମସ୍ ଆଗାମୀ ସମୟରେ ଅନେକ ମହାନ ଚଳଚ୍ଚିତ୍ର ସହିତ ଆସୁଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମହାଅବତାର, ଯାହାକି ନିର୍ମାତାମାନେ ସୋସିଆଲ ମିଡିଆରେ ୧୩ ନଭେମ୍ବର ଅର୍ଥାତ୍ ଆଜି ଘୋଷଣା କରିଛନ୍ତି । ଫିଲ୍ମର ଟାଇଟଲ୍ ଏବଂ ମୋଶନ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି । ଯେଉଁଥିରେ ସୁପରଷ୍ଟାର ବିକି ପ୍ରଭୁ ପର୍ଶୁରାମଙ୍କ ଚମତ୍କାର ରୂପରେ ନଜର ଆସିଛନ୍ତି । ପୋଷ୍ଟର ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, 'ଦୀନେଶ ଭିଜନ ଧର୍ମର ଅନନ୍ତ ଯୋଦ୍ଧାଙ୍କ କାହାଣୀକୁ ଜୀବନ୍ତ କରିଦିଏ । ବିକି କୌଶଲ ଅମର କୌଶିକଙ୍କ ନିର୍ଦ୍ଦେଶିତ 'ମହାଅବତାରରେ'ରେ ଚିରଞ୍ଜୀବୀ ପରଶୁରାମ ଭୂମିକାରେ ନଜର ଆସିବେ । ତେବେ ସୂଚନା ଅନୁସାରେ, ଜାନୁୟାରୀ ୨୦୨୫ ରେ ପ୍ରି-ପ୍ରଡକ୍ସନ୍ ଆରମ୍ଭ ହେବ ଏବଂ ଚଳଚ୍ଚିତ୍ର ନିର୍ମାତା ଆସନ୍ତା ବର୍ଷ ନଭେମ୍ବରରେ ସୁଟିଂ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ 6 ରୁ 8 ମାସ ପ୍ରସ୍ତୁତି ଆବଶ୍ୟକ ହେବ । ଖ୍ରୀଷ୍ଟମାସ ୨୦୨୬ ରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.