ନନ୍ଦାହାଣ୍ଡି,୧୬/୧୧ : ସରକାର ନୂତନ ଯୋଜନା ପ୍ରଣୟନ କରନ୍ତି । କିନ୍ତୁ ସେହି ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାରେ ସରକାରୀ ଅଧିକାରୀଙ୍କ ମୁଖ୍ୟ ଭୂମିକା ରହିଥାଏ । ସରକାରୀ ଯୋଜନାକୁ ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତିନୋଟି ପାହାଡ଼ ଚଢି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ।
ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଦ ଗୁଡ଼ା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଫୁଟଘର ଗାଁ । ଗାଁରେ ୫ ଟି ପରିବାର ବସବାସ କରୁଥିବାବେଳେ ୩ଟି ପାହାଡ଼ ଚଢି ଗାଁରେ ପହଞ୍ଚିବାକୁ ହୋଇଥାଏ । ବିଡିଓ କ୍ଷୀରୋଦଚନ୍ଦ୍ର ସାହୁ ନନ୍ଦାହାଣ୍ଡି ବ୍ଲକରେ ୨୦୨୩ମସିହାରେ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପ ଦିନ ପରେ ସେ ଫୁଟଘର ଗାଁକୁ ଯାଇ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ଏବଂ ସମସ୍ତ ସମାଧାନ ପାଇଁ ପଦକ୍ଷେପ ନେଇ ପ୍ରତିଶ୍ରୁତି ପାଳନ କରିଥିଲେ । ତେବେ ଅନ୍ୟ କିଛି ନୂତନ ସମସ୍ୟା ରହିଯାଇଛି କି ତାହା ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁକୁ ପହଞ୍ଚିଥିଲେ ।
ଏଇଇ ଶଙ୍କର ବୁଡ଼େକ, ସିପି ନବୀନ ନାୟକ, ଏମ ଆଇ ସନ୍ଦୀପ ମାଝୀ, ଜିପିଓ ପର୍ଶୁରାମ ମାଳି, ଡିଆରଏଚ ରିଜବାନ ଫତିମା, ଏମଜିଏନ ଆରଇଜିଏ ଷ୍ଟାପ, ବିଏସଏସଓ, ପାର୍ଥଜିତ ମଣ୍ଡଳ, ପିଇଓ.ଅବିଷେକ ବାଘ, ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ବର୍ତ୍ତମାନ ସମସ୍ତ ବ୍ୟକ୍ତିଗତ ସମସ୍ୟା ସହ ମୌଳିକ ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ କେବଳ ଜଣେ ଲୋକର ବାର୍ଦ୍ଧକ୍ୟ ଭତ୍ତା ରହିଯାଇଥିବାବେଳେ ତାହା ଯଥାଶୀଘ୍ର ସମାଧାନ କରାଯିବ ଓ ଗାଁକୁ ପାହାଡ଼ିଆ ରାସ୍ତା ଥିବାରୁ କିଛି ରାସ୍ତା ନିର୍ମାଣ ହୋଇଥିବାବେଳେ ବାକି ରାସ୍ତା କାର୍ଯ୍ୟ ପାଇଁ ଅନୁଦାନ ଟଙ୍କା ଆସିଥିବାରୁ ସେ ସମସ୍ୟାର ସମାଧାନ ହୋଇଯିବ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
ତେବେ ଦୁର୍ଗମ ଅଞ୍ଚଳର ତୃଣମୂଳସ୍ତରର ଲୋକଙ୍କ ନିକଟରେ ସରକାରୀ ଯୋଜନାକୁ ପହଞ୍ଚାଇବା ପାଇଁ ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରିଛନ୍ତି ।