ବାଉଁଶୁଣୀ,୨୨/୭ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଉପରେ ଜଣେ ଯୁବକ ରିଲ୍ସ କରିଥିବା ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛିଦିନ ପୂର୍ବରୁ ବାଉଁଶୁଣୀ ଥାନା ଟାଲୁପାଲି ନିକଟରେ କିଛି ଯୁବକ ଏଭଳି ରେଳ ଧାରଣାରେ ଶୋଇ ରିଲ୍ସ କରିଥିଲେ । ଖବରପାଇ ବଲାଙ୍ଗୀର ରେଲୱେ ପୋଲିସ ଆସି ସେହି ଯୁବକମାନଙ୍କୁ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ହେଲେ କିଛିଦିନ ବ୍ୟବଧାନରେ ଆଜି ପୁଣି ବୌଦ୍ଧ ଜିଲ୍ଲାରେ କୈାଣସି ଏକ ସ୍ଥାନରେ ଏକ ଯୁବକ ରେଳ ଧାରଣାରେ ରିଲ୍ସ କରିଥିବା ଭିଡ଼ିଓ ଭାଇରାଲ ହେଉଛି । ପୋଲିସ ଲୋକଙ୍କୁ ବାରମ୍ବାର ସଚେତନ କରିବା ସତ୍ବେ ମଧ୍ୟ ଲୋକେ ସଚେତନ ହେଇ ପାରୁ ନାହାନ୍ତି।