ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୁଲିସ ଅଧିକାରୀଙ୍କ ସହ କଥା ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୁଲିସ ଅଧିକାରୀଙ୍କୁ ପାଖକୁ ଡାକି ପଚାରୁଛନ୍ତି କି, ମୁଁ ଆପଣଙ୍କ କଥା ଶୁଣିଲି କି ନାହିଁ ? ଅଧିକାରୀ ଜଣକ ଧିର ସ୍ବରରେ କହୁଛନ୍ତି ହଁ । ଏହାପରେ ସେ ଗଣମାଧ୍ୟମକୁ ଚାହିଁ କହୁଛନ୍ତି ଆପଣ ତାଙ୍କୁ ଜାଣିଛନ୍ତି କି ନାହିଁ ? ଏହି ଭିଡିଓଟି ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।
ତେବେ କୁହାଯାଉଛି କି, ଏହା ୨୦୨୪ ନିର୍ବାଚନ ସମୟର । ସେ କୌନଜ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିଲେ । ତେବେ ଏକ ବୁଥରେ ଜାଲିଆତି ହେଉଥିବା ଏବଂ ଅନିୟମିତତା ଅଭିଯୋଗ କରିଥିଲେ ଏସପି । ସେହ ସମୟରେ ଅଖିଳେଶ ଯାଉଥିଲେ । ଆଉ ତାଙ୍କ କାଫଲାକୁ ଅଟକାଇ ଏସପି ତାଙ୍କ ସହ କଥା ହୋଇଥିଲେ । ଆଉ ଏହା ସେହି ସମୟର ଭିଡିଓ ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । କେହି ସକରାତ୍ମକ କମେଣ୍ଟ ଦେଉଥିବାବେଳେ ଆଉ କେହି କେହି ଖରାପ କମେଣ୍ଟ ମଧ୍ୟ କରୁଛନ୍ତି ।