ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଧାନସଭା ଗୃହ କମିଟିର ସୁବର୍ଣ୍ଣପୁର ଗସ୍ତ; ଅସଂପୂର୍ଣ୍ଣ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ

Published By : Harapriya Sethi | June 25, 2025 7:35 AM

ସୋନପୁର, ୨୫/୦୬: ଓଡିଶା ବିଧାନସଭା ଗୃହ କମିଟି (ଉପସ୍ଥାପନା) ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି  ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ବିଭିନ୍ନ ଯୋଜନା କାର୍ଯ୍ୟନ୍ୱୟନର ସମୀକ୍ଷା କରିଛନ୍ତି । ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ କମିଟି ଜିଲ୍ଲାର ସୋନପୁର ବ୍ଲକ୍ ଅନ୍ତର୍ଗତ କଳାପଥର ଗ୍ରାମପଂଚାୟତ ଠାରେ ଜାତୀୟ ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମୁଣ୍ଡୋଘାଟ ସ୍ଥିତ ଅଙ୍ଗନବାଡି କେନ୍ଦ୍ର, ପରମେଶ୍ୱରୀ ଉଚ୍ଚ ବିଦ୍ୟାଳୟ ବିଶିପଡା, ସେବା ସମବାୟ ସମିତି, ଧାନମଣ୍ଡି କ୍ରୟକେନ୍ଦ୍ର ବିଶିପଡା ସହ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟଟନ ସ୍ଥଳୀର କ୍ଷେତ୍ର ପରିଦର୍ଶନ ସହ ହିତାଧିକାରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ସହିତ ଯୋଜନାର ବ୍ୟବସ୍ଥିତ ଉପଲବ୍ଧତା ଉପରେ ଆବଶ୍ୟକ ମତବିନିମୟ କରିଛନ୍ତି। 

ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜନ କଲ୍ୟାଣକାରୀ ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ଗୃହ କମିଟିର ସଦସ୍ୟ ବିଧାୟକ ପାଟକୁରା ଅରବିନ୍ଦ ମହାପାତ୍ର, ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ, ବିଧାୟକ ଫୁଲବାଣୀ ଉମାଚରଣ ମଲ୍ଲିକ, ବିଧାୟକ କଟକ ସଦର ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ କଣ୍ଟାମାଲ କହ୍ନେଇ ଚରଣ ଡାଙ୍ଗ, ବିଧାୟକ ମାଲକାନଗିରି ନରସିଂହ ମାଡକାମୀ, ତଥା ବିଧାୟକ ବୀରମହାରାଜପୁର ରଘୁନାଥ ଜଗଦଲା ପ୍ରମୁଖ ଆଲୋଚନାରେ କୃଷି ଓ କୃଷକଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ବୈଷୟିକ କୃଷିକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ଅଧ ପନ୍ତରିଆ ପ୍ରକଳ୍ପଗୁଡିକର ତ୍ୱରିତ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । 

ଏହି ଗସ୍ତ ଅବସରରେ ଗୃହ କମିଟି ଜିଲ୍ଲାର ୬ଗୋଟି ଉପସ୍ଥାପିତ ପ୍ରକଳ୍ପ ଯଥା ସୋନପୁର ବିଧାନସଭା ମଣ୍ଡଳୀର ନାଇକେନପାଲି ସି ଏଚ ସି ପାଇଁ ନୂଆ ଭବନ ନିର୍ମାଣ ନିମିତ୍ତ ଆର୍ଥିକ ସହଯୋଗ ମଞ୍ଜୁର କରିବାର ଆବଶ୍ୟକତା, ସୋନପୁର ସହର ବିଜୁ ପଟ୍ଟନାୟକ ଛକ ସହିତ ତେଣ୍ଟୁଲିଘାଟକୁ ସଂଯୁକ୍ତ କରୁଥିବା ସୋନପୁର ମୁଖ୍ୟରାସ୍ତାକୁ ପ୍ରଶସ୍ତ କରିବା, ସୋନପୁର ବିଧାନସଭା ମଣ୍ଡଳୀର ଡୁଙ୍ଗୁରିପାଲି ବ୍ଲକରେ ଏକ ଉଚ୍ଚ ବିଦ୍ୟାଳୟ ଖୋଲିବା, ସୁବର୍ଣ୍ଣପୁର ପୁଲିସ ପାଇଁ ୩ଟି  ଆପାତକାଳୀନ ସେବା ଗାଡ଼ି ଅନୁଦାନ କରିବାର ଆବଶ୍ୟକତା । ବିରମହାରାଜପୁର ବିଧାନସଭା ମଣ୍ଡଳୀ ବିନିକା ସହରର ରିଙ୍ଗ ରୋଡ୍ ,ବିରମହାରାଜପୁର ବିଧାନସଭା ମଣ୍ଡଳୀର ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ବସ୍‌ ସେବା ପୁନଃ ଆରମ୍ଭ କରିବାର ଆବଶ୍ୟକତା ସମ୍ବନ୍ଧରେ କମିଟି ଅଧ୍ୟକ୍ଷ ତଥା ସଦସ୍ୟ ପ୍ରମୁଖ ଆବଶ୍ୟକତା ତର୍ଜମା କରିଥିଲେ।  

ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକ ଅବସରରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ, ଉପ ଜିଲ୍ଲାପାଳ ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଗୃହ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଗ ସମସ୍ତଙ୍କୁ ଏକବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅଧିକାରୀ ବୃନ୍ଦ ସଫଳତାର ସହିତ ସମ୍ପାଦନ କରିଥିବାରୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ସମସ୍ତେ କର୍ତ୍ତବ୍ୟର ସୁଚାରୁ ସମ୍ପାଦନ କରିବା ପାଇଁ ଆହ୍ୱାନ କରି ସମସ୍ତଙ୍କ ଆଚାର, ବ୍ୟବହାର ଏବଂ ପୂର୍ଣ୍ଣ ଉପସ୍ଥିତି ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.