ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଫେବୃଆରୀ ୪ରୁ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବ ବିଧୁ ମଧୁ ବିତର୍କ ପ୍ରତିଯୋଗିତା-୨୦୨୫

Published By : Prameya | January 28, 2025 10:17 AM

କଟକ, ୨୮/୦୧ : ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଧୁ ମଧୁ ବିତର୍କ ପ୍ରତିଯୋଗିତା ୨୦୨୫। ଫେବୃଆରୀ ୪ ଓ ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ହେବ। ୧୯ ତାରିଖରେ ଶେଷ ପ୍ରତିଯୋଗିତା ହେବ। ଉଭୟ ଓଡ଼ିଆ ଏବଂ ଇଂରାଜୀ ଏହି ବିତର୍କ ପ୍ରତିଯୋଗିତା ହେବ। କେବଳ ରେଭେନ୍ସା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। 

ଏହି ଖବରଟିକୁ ପଢନ୍ତୁ- ନୟାପଲ୍ଲୀ N2ରେ ଲୁଟ୍ ଉଦ୍ୟମ, ଚୋରକୁ କାବୁ କଲେ ସ୍ଥାନୀୟ ଲୋକେ

ବିଧୁ ମଧୁ ବିତର୍କ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୨ହଜାର , ୧୦ ହଜାର ଓ ୮ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ପୂର୍ବରୁ ବିଧୁ ମଧୁ ଫାଉଣ୍ଡେସନ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ବିତର୍କ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ବିଶ୍ଵବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଏହି ରାଶିର ଏଫ୍‌ଡିରୁ ଆସୁଥିବା ସୁଧରେ ପ୍ରତିବର୍ଷ ବିଧୁ ମଧୁ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.