ଭୁବନେଶ୍ଵର, ୧୮/୦୮ : ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ରେଡ୍। ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଚାଲିଛି। ଏହି ରେଡ୍ରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।
ସୂଚନା ଅନୁଯାୟୀ, ସୋମବାର ସକାଳୁ ଭିଜିଲାନ୍ସ ଟିମ୍ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଚଢାଉ କରିଛି। ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ରେଡ୍ ଚାଲିଛି। ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା, ରାଉରକେଲା ଗୋପବନ୍ଧୁ ନଗର ଛେଣ୍ଡରେ ଥିବା ଦୁଇ ମହଲା କୋଠା, ଭୁବନେଶ୍ୱରର ଘାଟିକିଆରେ ଥିବା ଦୁଇ ଫ୍ଲାଟ୍। ଗଞ୍ଜାମରେ ଥିବା ତାଙ୍କ ପୈତୃକ ଘର, ଗଞ୍ଜାମ ପୁରୁଷୋତ୍ତମପୁର ବେହେରାସାହିରେ ଥିବା ଶ୍ୱଶୁର ଘର, ଅନୁଗୁଳ ସ୍ଥିତ ସରକାରୀ କ୍ବାର୍ଟର ଏବଂ ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।