ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ

Published By : Harapriya Sethi | March 28, 2025 1:41 PM

ଭୁବନେଶ୍ୱର,୨୮/୦୩: ଜମିବାଡ଼ି ଭାଗ କରେଇ ଦେବା ପାଇଁ ଲାଞ୍ଚ ମାଗିଥିଲେ ଆଠମଲ୍ଲିକ ତହସିଲ ଅଫିସ୍‌ର ବରିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗିରଫ ହେଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ତାଙ୍କୁ ଠାରୁ ଭିଜିଲାନ୍ସ ଟିମ୍‌ ସମସ୍ତ ରଙ୍ଗବୋଳା ଟଙ୍କା ଜବତ କରିଛି । 

ସୂଚନା ମୁତାବକ, କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଜମିବାଡ଼ି ଭାଗ କରେଇ ଦେବା ପାଇଁ  ୬ ମାସ ଯାଏଁ ଦଉଡ଼ାଇଥିଲେ ବରିଷ୍ଠ କିରାଣୀ । ପରେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ଏନେଇ ଚରଣ ନାୟକ ଭିଜିଲାନ୍ସ କର୍ମଚାରୀଙ୍କୁ ଜଣାଇଥିଲେ । ଖବର ପାଇ ଲାଞ୍ଚ ନେବା ସ୍ଥଳରେ ଭିଜିଲାନ୍ସ ଟିମ୍‌ ଛକି ବସିଥିଲା । ଲାଞ୍ଚ ଟଙ୍କା ନେବା ମାତ୍ରେ ଅନୁଗୁଳ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା । ହଠାତ୍‌ ଚଢାଉ କରି ସମସ୍ତ ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.