ଭଞ୍ଜନଗର, ୦୮/୧୦: ବକେୟା ଦରମା କରାଇ ଦେବାକୁ କର୍ମଚାରୀଙ୍କୁ ମାଗୁଥିଲେ ଲାଞ୍ଚ । ୨୫ହଜାର ଟଙ୍କା ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧରାପଡ଼ିଲେ ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ଦୁଇଟି ଘରେ ଏକକାଳୀନ ରେଡ୍ କରାଯାଉଛି । ଏହି ଚଢ଼ାଉରେ ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି ।
ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଏରିୟର ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଯାହାପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ଛକଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଚଢାଉ କରି ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ଦୁଇଟି ଘରେ ଏକକାଳୀନ ରେଡ୍ କରାଯାଉଛି ।