ଭୁବନେଶ୍ୱର, ୦୬/୧୧: ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ । ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ଏହି ଚଢାଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।  

ବର୍ତ୍ତମାନ ଖୋର୍ଦ୍ଧା ଓ ପୁରୀର ୬ ଟି ସ୍ଥାନରେ ଏକକାଳୀନ ରେଡ୍‌ ଜାରି ରହିଛି । ଆର୍ଯ୍ୟବିହାର ୫୦୪ ପ୍ଳଟ୍‌ରେ ଥିବା ଘର, ପୁରୀ ବାଲୁଖଣ୍ଡ ୪୩୦ ବି ବ୍ଲକ୍‌ର ଚତୁର୍ଥ ମହଲାରେ ଥିବା ଫ୍ଲାଟ୍‌, ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଏହା ସହ ଭୁବନେଶ୍ଵରର ଇଡ୍‌କୋ କାର୍ଯ୍ୟାଳୟ, ଜଙ୍କିଆ ଠାରେ ଥିବା କ୍ରସର ଏବଂ ଭୁବନେଶ୍ବର ସାମନ୍ତରାପୁର ଠାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି ।