ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭିଜିଲାନ୍ସ ଜାଲରେ ସରକାରୀ ବାବୁ,୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

Published By : Anindita Ratha | February 19, 2025 12:21 PM

ଭୁବନେଶ୍ବର,୧୯/୦୨: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା  ଭିଜିଲାନ୍ସ । ତେବେ କେନ୍ଦୁଝର ଭୁଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ଧରା ପଡିଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ- କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା ବା ୬ ଲେନ ରାସ୍ତା ପାଇଁ ଚିତ୍ରସେନ  ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯୬ ହଜାର ଟଙ୍କା କ୍ଷତି ପୂରଣ ପାଇବାର ଥିଲା । ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବରେ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ରସେନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ ପାଇଁ ନିଜ କାର୍ଯ୍ୟାଳୟରେ ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଛି।  କେବଳ କେନ୍ଦୁଝର କାର୍ଯ୍ୟାଳୟ ନୁହେଁ ଓଏଏସ ଅଧିକାରୀଙ୍କର ପୁରୀସ୍ଥିତ ପୈତୃକ ବାସ ଭଵନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.