ଭୁବନେଶ୍ଵର, ୨୬/୧୨ : ଭିଜିଲାନ୍ସ ଜାଲରେ ଜଙ୍ଗଲ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ରେଡ୍। ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍ ଭୁବନେଶ୍ଵର, ଜଗତସିଂହପୁର ଏବଂ କୋରାପୁଟ ଜିଲ୍ଲା ସ୍ଥିତ ନିରଞ୍ଜନଙ୍କ ୫ଟି ଠିକଣାରେ ଚଢାଉ କରିଛି।

ନିରଞ୍ଜନଙ୍କ ଭୁବନେଶ୍ଵର ଝାରପଡ଼ା ସ୍ଥିତ ୨ଟି ତିନି ମହଲା କୋଠା, ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ସ୍ଥିତ ପୈତୃକ ଘର, କୋରାପୁଟ ଫରେଷ୍ଟ ଡିଭିଜନର ସେମିଳିଗୁଡ଼ା ସ୍ଥିତ ଅଫିସ୍ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରୁଛି। ଏହି ଚଢାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍