ଭଦ୍ରକ ୦୫/୦୬: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ ଅଫିସ୍ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚାର କରୁଛି ଭିଜିଲାନ୍ସ ଟିମ୍।
ସୂଚନା ଅନୁଯାୟୀ, ବାରାପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ପ୍ରମାଣପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଏନେଇ ସଂପୃକ୍ତ ବ୍ୟକ୍ତି ଜଣକ ଭଦ୍ରକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ଭିଜିଲାନ୍ସ ଟିମ୍। ପୂର୍ବ ଯୋଜନା ମୁତାବିକ ଆଜି ୧୦ ହଜାର ଟଙ୍କା ନେବା ବେଳେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଧରିଥିଲା ଟିମ୍। ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହା ଅଫିସ, ଘର ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଲାଞ୍ଚ ନେବା ମାମଲାରେ ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚାର କରୁଛି ଭିଜିଲାନ୍ସ। ଆଗକୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- Crime News : ଯୁବକଙ୍କ ମୁଣ୍ଡକୁ ଲୁହାଛଡ଼ରେ ପିଟି ହତ୍ୟା ଉଦ୍ୟମ ମାମଲାରେ ଆକ୍ରମଣକାରୀ ଗିରଫ