ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ "ରାମାୟଣ"ର ପ୍ରଥମ ଭାଗ। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ପରଦାକୁ ଆସିବାକୁ ଯାଉଥିବା ଏହି ଚଳଚ୍ଚିତ୍ରଟି ଏହାର ହାଏ ବଜେଟ୍ ଏବଂ ଷ୍ଟାରକାଷ୍ଟ ଯୋଗୁଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ନିର୍ମାତା ଏହାକୁ ଭାରତର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଏମିତି କିଛି କାରଣରୁ ଚଳଚ୍ଚିତ୍ରଟି ନିରନ୍ତର ଭାବରେ ଖବରରେ ରହିଛି। କିନ୍ତୁ ନିର୍ମାତା ଏପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ କାଷ୍ଟଙ୍କ ସୂଚନା ସେୟାର କରିନାହାଁନ୍ତି। ତେଣୁ କିଛି କଳାକାରଙ୍କ ଏଣ୍ଟ୍ରି ଆଉ ଏକଜିଟକୁ ନେଇ ଗୁଜବ ପ୍ରତିଦିନ ପ୍ରକାଶ ପାଉଛି।

ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ସେତୁପତି ମଧ୍ୟ "ରାମାୟଣ"ର ଏକ ଅଂଶ ହେବେ। ଏହି ଖବର ସାମ୍ନାକୁ ଆସିବା ପରେ ଏହା ସାଧାରଣରେ ଖୁବ୍ ବ୍ୟାପିଗଲା। "ରାମାୟଣ"ରେ ବିଜୟ ସେତୁପତିଙ୍କ ପରି ଜଣେ ଅଭିଜ୍ଞ ଅଭିନେତାଙ୍କ ଏଣ୍ଟ୍ରି ପ୍ରଶଂସକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲା । କୁହାଯାଉଥିଲା ଯେ, ସେ ଚଳଚ୍ଚିତ୍ରରେ ରାବଣଙ୍କ ଭାଇ ବିଭୀଷଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ, ପରେ ଜଣାପଡିଥିଲା ଯେ, ଏହି ଗୁଜବରେ କୌଣସି ସତ୍ୟତା ନଥିଲା। ଆଉ କିଛି ଘଣ୍ଟା ମଧ୍ୟରେ ଜଣାପଡିଲା ଯେ, ବିଜୟ ସେତୁପତି ଫିଲ୍ମର କୌଣସି ଅଂଶ ନାହାଁନ୍ତି।

କ’ଣ କହିଛନ୍ତି ବିଜୟ ସେତୁପତି ?

ବଲିଉଡ୍ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ବିଜୟ ଏହି ଫିଲ୍ମରେ କାମ କରୁନାହାଁନ୍ତି। ବିଜୟ ଏହି ଗୁଜବର ଜବାବ ଦେଇ କହିଛନ୍ତି କି, "ମୁଁ ଏହି ପ୍ରୋଜେକ୍ଟର ଅଂଶ ନୁହେଁ। ମୁଁ ଜାଣିନାହିଁ ଏହି ଖବର କେଉଁଠାରୁ ଆସିଛି।" ଏହାର ଅର୍ଥ ହେଉଛି ବିଜୟ ରାମାୟଣରେ କୌଣସି ଭୂମିକା ନିଭାଉ ନାହାଁନ୍ତି ।

ରାମାୟଣରେ କିଏ ରହିବେ ?

ରାମାୟଣ ଏହି ବର୍ଷର ସବୁଠାରୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ। ରଣବୀର କପୁର ଭଗବାନ ରାମ ଭୂମିକାରେ ଅଭିନୟ କରିଛନ୍ତି, ଯେତେବେଳେ କି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲବୀ ସୀତା ଭୂମିକାରେ ନଜର ଆସିବେ। KGF ଷ୍ଟାର ୟଶ ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ, ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିବେ, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବେ, ଲାରା ଦତ୍ତା କୈକେୟୀ ଭୂମିକାରେ ଅଭିନୟ କରିବେ, ଅରୁଣ ଗୋଭିଲ ଦଶରଥ ଭୂମିକାରେ ଅଭିନୟ କରିବେ, ରାକୁଲ ପ୍ରୀତ ସିଂହ ଶୁର୍ପଣଖା ଭୂମିକାରେ ଅଭିନୟ କରିବେ, ଏବଂ ଶୀବା ଚଡ୍ଡା ମନ୍ଥରା ଭୂମିକାରେ ଅଭିନୟ କରିବେ। ତେବେ ପ୍ରଯୋଜକ ନମିତ ମାଲହୋତ୍ରାଙ୍କ ଏହି ଫିଲ୍ମର ବଜେଟ୍ ୪ ହଜାର କୋଟି ବୋଲି ଜଣାପଡିଛି ।

ଏହା ସହ ପଢନ୍ତୁ : ଟ୍ରମ୍ପଙ୍କ ଧମକରେ ଡରିଗଲେ କି ଖାମେନି ? ଭାଙ୍ଗିଲେ ଦୀର୍ଘ ୩୭ ବର୍ଷର ପରମ୍ପରା…