ମୁମ୍ବାଇ, ୨୫/୦୭: ଜିମ୍ବାଓ୍ବେରେ ଟିମ୍ ଇଣ୍ଡିଆ ସିରିଜ୍ କବଜା । ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲାକୁ ୯୦ରନରେ ଜିତି ନେଇଛି ଭାରତୀୟ ଦଳ । ଏହି ବିଜୟ ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ଶୃଙ୍ଖଳାରେ ୨-୦ରେ ଆଗରେ ରହିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଘରୋଇ ଦଳ ସାମ୍ନାରେ ୨୧୯ ରନ ବିଶାଳ ସ୍କୋର ଛିଡ଼ା କରିଥିଲା ଏହାର ଜବାବରେ ଜିମ୍ବୱେ ଦଳ ମାତ୍ର ସମସ୍ତ ୱିକେଟ୍ ହରାଇ ମାତ୍ର ୧୨୯ ରନ କରିବାରେ ସକ୍ଷମ ହୋଇଛି । 

ଶନିବାର ହରାରେ ଗ୍ରାଉଣ୍ଡରେ ଘରୋଇ ଜିମ୍ବାଓ୍ବେ ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା ହୋଇଥିଲା । ଟସ୍ ଜିତି ପ୍ରଥମେ ଭ୍ରମଣକାରୀ ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଜିମ୍ବାଓ୍ବେ । ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇଥିଲେ ଦୁଇ ଓପନର ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ୍ ଶର୍ମା । ହେଲେ ଜିମ୍ବାଓ୍ବେ ବୋଲର ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଦେଇଥିଲେ । ମାତ୍ର ୮ରନ କରି ମୁଜାରାବନିଙ୍କ ଶିକାର ହୋଇଥିଲେ ଅଭିଷେକ୍ ଶର୍ମା । ପରେ ବୈଭବ ସୂର୍ଯ୍ୟବଂଶୀ ୨୦ ରନ କରି ଆଉଟ୍ ହୋଥିଲେ । ଏହା ପରେ ଅଧିନାୟକ ଶ୍ରେୟାସ ଆୟର ଏବଂ ଇଶାନ କିଷାନ ମଧ୍ୟରେ ପାର୍ଟନସିପ୍ ହୋଇଥିଲେ । ଇଶାନ ୪୪ ବଲରୁ ଧୂଆଁଧାର ୮୧ରନ ସଂଗ୍ରହ କରିଥିଲେ । ଏଥିରେ ୯ଟି ଚୌକା ଏବଂ ଦୁଇଟି ଛକା ରହିଛି । ସେହିପରି କ୍ୟାପଟେନ ଶ୍ରେୟାସ ଆୟର ୨୦ ବଲରୁ ୨୫ ରନ ସଂଗ୍ରହ କରି ଆଉଟ୍ ହୋଇଥିଲେ । ପରେ ତିଲକ୍ ବର୍ମା ଟିମ୍ ଇଣ୍ଡିଆ ପାଇଁ ଜବରଦସ୍ତ ଇନିଂସ ଖେଳିଥିଲେ । ସେ ୨୯ ବଲରୁ ଅପରାଜିତ ୬୦ ରନ କରିଥିଲେ ଏବଂ ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ପରେ ରିଙ୍କୁ ସିଂହ ୧୨ ରନ କରି ଆଉଟ୍ ହୋଇଥିଲେ ଏବଂ ଶିବମ୍ ଦୁବେ ୬ ରନ ଅପରାଜିତ ରହିଥିଲେ । ଫଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୧୯ ରନ ବିଶାଳ ସ୍କୋର ଛିଡ଼ା କରିପାରିଥିଲା ।

୨୨୦ ରନ ଟାର୍ଗେଟକୁ ପିଛା କରିଥିଲା ଘରୋଇ ଜିମ୍ବାଓ୍ବେ ଦଳ । ଦୁଇ ଓପନର ବ୍ରାଏନ୍ ବିନେଟ ଏବଂ ବେନ୍ କରନ ପଡ଼ିଆ ଓହ୍ଲାଇ ପଡ଼ିଆକୁ ଓହ୍ଲାଇଥିଲା । ଦଳ ୩୪ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ୟାଶ୍ ଠାକୁର ଶିକାର ହୋଇଥିଲା ବ୍ରାଏନ୍ ବିନେଟ । ସେ ତୃତୀୟ ଓଭରର ଶେଷ ବଲରେ ୩୨ ରନ କରି ପାଭେଲିୟନ ଫେରିଥିଲେ । ଏହାପରେ ଚତୁର୍ଥ ଓଭର ପ୍ରଥମ ବଲରେ ଦ୍ବିତୀୟ ଓପନର ବେନ କରନ ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ । ୟାଶଙ୍କ ପରେ ପ୍ରିନ୍ସ ନିଜର ଜଲଓ୍ବା ଦେଖାଇଥିଲେ । ଏହାପରେ ରିୟାନ ବୁର୍ଲ ୨୦ ରନ, ତାଡିଓ୍ବାନସେ ମୁରୁମାନି ୨୪ ରନ ଏବଂ ବ୍ରାଏଡ୍ ଏଭାନ୍ସ ୧୯ ରନ କରି ଆଉଟ୍ ହୋଇଥିଲେ । ଫଳରେ ଘରୋଇ ଦଳ ମାତ୍ର ୧୨୯ କରି ଅଲଆଉଟ୍ ହୋଇଥିଲା । ଭାରତୀୟ ଦଳ ୯୦ରନରେ ଏହି ମ୍ୟାଚକୁ ଜିତି ନେଇଛି । ଦଳ ପକ୍ଷରୁ ଅଭିଷେକ୍ ଶର୍ମା ତିନୋଟି ୱିକେଟ୍ ନେଇଥିବା ବେଳେ ୟାଶ ଠାକୁର ଏବଂ ପ୍ରିନ୍ସ ଯାଦବ ଦୁଇଟି ଲେଖାଏ ୱିକେଟ୍ ଅକ୍ତିଆର୍ କରିଛନ୍ତି । ରବି ବିଷ୍ଣୋଇ, ଶିବମ୍ ଦୁବେ ଏବଂ ତିଲକ୍ ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ସର୍ବାଧିକ ୮୧ ରନ କରିଥିବା ଇଶାନ କିଷାନ ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଛନ୍ତି । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ସହିତ ସିରିଜକୁ ମଧ୍ୟ କବଜା କରିଛି ।....

ଅଧିକ ପଢ଼ନ୍ତୁ- ବୁମରାହଙ୍କ ସହ ୮ ଷ୍ଟାର କ୍ରିକେଟର ଖେଳିବେନି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ, ନୂଆ ଟିମ୍ ପ୍ରସ୍ତୁତ କରୁଛି ବିସିସିଆଇ