ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସ୍କର୍ପିଓରେ ଗୋରୁ ଚୋରି, ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

Published By : Harapriya Sethi | November 7, 2024 8:45 AM

ଭଦ୍ରକ,୦୭/୧୧: ବିଳମ୍ବିତ ରାତିରେ ଚୋରି ହେଉଥିଲା ଗୋରୁ । ଖବର ପାଇ ଗୋରୁ ବୋଝେଇ ସ୍କର୍ପିଓ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣାକୁ ନେଇ ପରିବେଶ ଅଶାନ୍ତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ଗଣ୍ଡଗରା ଠାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଗଣ୍ଡଗରା ଠାରେ ଏକ ନାଲି ସ୍କର୍ପିଓ ଭିତରେ ଗୋରୁ ବୋଝେଇ କରି ଠିଆ ହେଇଥିଲା । ଏହି ସମୟରେ ଅନ୍ୟ ୩ ଜଣ ପାଖରେ ଥିବା ଷଣ୍ଢ ଏବଂ ଗୋରୁଙ୍କୁ ଚୋରି କରି ନେଉଥିଲେ । ଏହି ଖବର ପାଇ ଗ୍ରାମବାସୀ ଏକାଠି ହୋଇଥିଲେ । ପରେ ଗ୍ରାମବାସୀଙ୍କ ହାବୁଡରେ ପଡ଼ିଥିଲେ ଗୋରୁ ଚୋର । ଗ୍ରାମବାସୀମାନେ ଏକାଠି ହୋଇ ହୋ ହାଲା କରିବାରୁ ଗୋରୁ ଚୋର ମାନେ ଗାଡ଼ି ଛାଡ଼ି ଦୌଡି ପଳାଇଥିଲେ । ଏନେଇ ପୋଲିସକୁ ସ୍ଥାନୀୟଲୋକେ ଖବର ଦେଇଥିଲେ । ଏହି ଘଟଣା ପରେ ପରିବେଶ ଅଶାନ୍ତ ହେବାର ଲାଗିଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ କେନ୍ଦୁଆପଦା ପୋଲିସ୍ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ସୂଚନା ମିଳିଛି । ତେବେ ଲୋକଙ୍କ କହିବାନୁଯାୟୀ, ପୁର୍ବରୁ ମଧ୍ୟ ଏମିତି ଅନେକ ବାର ଗୋରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ଗୋରୁ ବେପାରୀ ମାନେ । ସେହି ଗ୍ରାମର ଜଣେ ବ୍ୟକ୍ତି ଏଥିରେ ସାମିଲ ଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.