ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଙ୍ଗନବାଡିକର୍ମୀଙ୍କ ଅବହେଳା ପାଇଁ ତାତିଲେ ଗ୍ରାମବାସୀ, ଘେରିଲେ ଶତାଧିକ ମହିଳା

Published By : Gurupada Nath | November 22, 2024 9:09 PM

ଫିରିଙ୍ଗିଆ, ୨୨/୧୧ :  ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ବିକାଶ, କୁନିକୁନି ଶିଶୁମାନଙ୍କର ବୌଧିକ ବିକାଶ, ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଗାଁମାନଙ୍କରେ ଦକ୍ଷ ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ଦେଇଛନ୍ତି I କିନ୍ତୁ କିଛି ଗାଁରେ ଏମିତିବି ଅଙ୍ଗନବାଡି କର୍ମୀ ରହିଛନ୍ତି ଯେଉଁମାନେ କି ନିୟମିତ ଭାବେ କେନ୍ଦ୍ରକୁ ଆସୁନଥିବାବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଠିକ୍ ଭାବରେ ଦେଉନଥିବା ଅଭିଯୋଗ ହୋଇଛି I ଏମିତିକି ମାସମାସ ଯାଏ ଗାଁର ଗର୍ଭବତୀ ମହିଳାଙ୍କୁ ମିଳୁପାରୁନି ପୋଷଣ ଯୁକ୍ତ ଖାଦ୍ୟ I  ଅଭିଯୋଗ କଲେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ନୂଆପଦର ପଂଚାୟତର କାଲିପାଙ୍ଗା ଅଙ୍ଗନବାଡି କେନ୍ଦ୍ରରେ I ଏହି ଘଟଣାକୁ କେନ୍ଦ୍ର କରି ଅଙ୍ଗନବାଡି କେନ୍ଦ୍ର ଘେରିବା ସହ କେନ୍ଦ୍ର ସମ୍ମୁଖରେ ଶତାଧିକ ମହିଳା ଭିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି I 

ସୂଚନା ଅନୁସାରେ ଏହି କାଳିପାଙ୍ଗା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଯଶୋଦା କହଁର ଦୀର୍ଘ ଦିନ ଧରି ଏହି କେନ୍ଦ୍ରରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି I ଠିକ ଭାବରେ କେନ୍ଦ୍ର କୁ ଆସୁନଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଠିକ ଭାବରେ ମାଧ୍ୟାନ୍ନ ଭୋଜନ ଦେଉନଥିବା ବେଳେ କର୍ମୀ ଙ୍କ ଅବହେଳା ପାଇଁ ଗାଁ ରେ ଗର୍ଭବତୀ ଓ ପ୍ରସୂତି ମହିଳା ମାନେ ମଧ୍ୟ୍ୟ ଠିକ ଭାବରେ ଖାଦ୍ୟ ପାଇପାରୁନାହାନ୍ତି I ଏହାସହ କର୍ମୀ ଜଣକ ଛାତ୍ରଛାତ୍ରୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଆସୁଥିବା ଖାଦ୍ୟ କୁ ବିକ୍ରି କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I କର୍ମୀ ଙ୍କ ଏହି ଅବହେଳାକୁ ନେଇ ଗ୍ରାମବାସୀ ବହୁବାର ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ସହ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ମଧ୍ୟ୍ୟ ଲିଖିତ ଭାବରେ ଜଣାଇ ସାରଛନ୍ତି I ତଥାପି କର୍ମୀ ଜଣକ ଅବହେଳା କରିଚାଲିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି I ତେବେ କର୍ମୀଙ୍କ ଅବହେଳା ରେ ଅତିଷ୍ଟ ହୋଇ ଶୁକ୍ରବାର ବାଧ୍ୟ ହୋଇ ଗାଁର ଶତାଧିକ ମହିଳା ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଏହାସହ ସମୃକ୍ତ କର୍ମୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଗ୍ରାମବାସୀ ଦାବି ମଧ୍ୟ କରିଛନ୍ତି I ତେବେ ଘଟଣା ବିଷୟରେ ଖବରପାଇ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନଙ୍କ ସହ ଦାୟିତ୍ୱରେ ଥିବା ସୁପ୍ରଭାଇଜର ପ୍ରମିଳା ପ୍ରଧାନ ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ କେନ୍ଦ୍ର ରେ ପହଂଚି ଅସନ୍ତୋଷ ମହିଳା ମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆନ୍ଦୋଳନରୁ ଓହରିଥିଲେ I 

ସୂଚନା ଯୋଗ୍ୟ ଯେ ସମୃକ୍ତ କର୍ମୀ ଜଣକ ଆଗରୁ ମଧ୍ୟ୍ୟ ବହୁବାର ଏଭଳି ଅବହେଳା ପ୍ରଦର୍ଶନ କରି ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ I ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ତଦନ୍ତ ମଧ୍ୟ୍ୟ କରିଥିଲେ ଓ ସମ୍ପୃକ୍ତ କର୍ମୀଙ୍କୁ କାରଣଦର୍ଶାଅ ନୋଟିସ ମଧ୍ୟ୍ୟ କରାଯାଇଥିଲା I କିନ୍ତୁ ଏତେ ସବୁ ଅଭିଯୋଗ ହେଲା ପରେ ମଧ୍ୟ୍ୟ କର୍ମୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ମଧ୍ୟ୍ୟ ବିଭାଗ ଉପରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ  କରିଛନ୍ତି I

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.