ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବନବିଭାଗ ପଦକ୍ଷେପ ନ ନେବାରୁ କୁମ୍ଭୀରକୁ କାବୁ କଲେ ଗାଁ ଲୋକେ, ନଦୀରେ ଏକାଧିକ କୁମ୍ଭୀର ଥିବା ଦାବି

Published By : Swapna Ray | October 20, 2024 11:54 AM

କଣାସ, ୨୦।୧୦: ଦୟା ନଦୀରେ ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀରକୁ କାବୁ କରିଛନ୍ତି ମତ୍ସ୍ୟଜୀବୀ । ପରେ ଏହାକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ବନବିଭାଗ ଓ ନନ୍ଦନକାନର ଏକ ସ୍ୱତନ୍ତ୍ର ଟିମ୍ ସାହାଯ୍ୟରେ ରାପିଡ୍ ରେଷ୍ପନସ୍ ଟିମ୍ ଭ୍ୟାନ ଯୋଗେ ଏହି କୁମ୍ଭୀରକୁ କଣାସରୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ପଠାଯାଇଛି । ଗ୍ରାମବାସୀ ଗତ କିଛି ଜିନ ଧରି କୁମ୍ଭୀର ଆତଙ୍କରେ ରହିଥିବା ବେଳେ ଦୟା ,ରାଜୁଆ, ମକରା ନଦୀରେ ଆଉ ୨ରୁ ୩ଟି କୁମ୍ଭୀର ରହିଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଯାହାକୁ ନେଇ ଭୟଭୀତରେ ଅଛନ୍ତି କଣାସ ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନବିଭାଗର ନିରବତା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ପରେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି କ୍ଷତିପୂରଣ ଦାବିରେ ମସ୍ୟଜିବୀ କୁମ୍ଭୀର ଓ ବନବିଭାଗକୁ ଅଟକ ରଖିଥିଲେ । ସ୍ଥାନୀୟ ପୋଲିସର ତତ୍ତ୍ୱାବଧାନ ଓ ବୁଝାସୁଝା ପରେ ଆସନ୍ତା ସୋମବାର ସୁଦ୍ଧା କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପ୍ରତିଶ୍ରୁତି ଦେଇଥିଲେ । ପରେ ଘଟଣାସ୍ଥଳରୁ ମତ୍ସ୍ୟଜିବୀ କୁମ୍ଭୀର ଓ ବନବିଭାଗକୁ ଛାଡ଼ିଥିଲେ । ନଦୀରେ ଆହୁରି ଏକାଧିକ କୁମ୍ଭୀର ଥିବା ନେଇ ଲୋକେ ଦାବି କରୁଥିବା ବେଳେ ଏହା ପ୍ରତି କେତେ ଅନୁଧ୍ୟାନ କରିବ ବନବିଭାଗ ତାହା ସମୟ କହିବ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.