ମାଲକାନଗିରି ୨୪/୭(ଆପ୍ର ) : ଜୟପୁର ମାଲକାନଗିରି ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣର କ୍ଷତିପୂରଣର ଉଚିତ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ସିନ୍ଦ୍ରିମାଳ ପଞ୍ଚାୟତର ୮ଟି ଗ୍ରାମର ହିତାଧିକାରୀମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ମାଲକାନଗିରି ତହସିଲ ତରଫରୁ ଗତ ୨୨ ତାରିଖରେ ଏକ ନୋଟିସ ଜାରି ହୋଇଥିଲା। ଜମି କ୍ଷତି ପୂରଣ ବାବଦକୁ ସେଂଟ ପିଛା ମାତ୍ର ୧୨୦୦୦/-ଟଙ୍କା ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ମୂଲ୍ୟ ସମ୍ୱନ୍ଧ ରେ ସମସ୍ତ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜମିର ଉଚିତ ମୂଲ୍ୟ ଦିଆଯାଉ ବୋଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସିନ୍ଧିମାଲ ପଂଚାୟତର ଅଧିକାଂଶ ଗାଁ ଗୁଡିକ ମାଲକାନଗିରି ସଦର ମହକୁମାର ଠାରୁ ମାତ୍ର ୭ କିଲୋମିଟର ରୁ ୯ କିଲୋମିଟର ବ୍ୟବଧାନରେ ଥିବା ବେଳେ ଏହାର ମୂଲ୍ୟ ଅଧିକ ହେବା ସତ୍ୱେ ବହୁତ କମ ପ୍ରଦାନ କରାଯାଉଛି । ପ୍ରତ୍ୟେକ ହିତାଧିକାରୀଙ୍କୁ ଜମିର ମୂଲ୍ୟ ସେଂଟ ପିଛା ୫୦,୦୦୦/(ପଚାଶ ହଜାର ) ଟଙ୍କା କରାଯାଉ। ଏଥିସହ ସରକାରୀ ଜାଗାରେ ଘର କରି ରହିଥିବା ହିତାଧିକାରୀଙ୍କୁ ଉଛେଦ କରାଗଲେ ତାଙ୍କୁ ମଧ୍ୟ କ୍ଷତି ପୂରଣ ପ୍ରଦାନ କରାଯାଉ । ପଟ୍ଟା ନ ଥାଇ ବର୍ଷ ବର୍ଷ ଧରି ଚାଷ କରି ନିଜର ନିଜର ମୁଲ୍ୟବାନ ଗଛ ଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରି ଏହାର କ୍ଷତି ପୂରଣ ଦିଆଯାଉ ଏବଂ ପରିବାରର ବ୍ୟକ୍ତିଙ୍କୁ ଯୋଗ୍ୟତା ଅନୁଯାଇ ଚାକିରୀ ଦିଆଯାଉ ବୋଲି ଦାବି କରାଯାଇଛି ।