ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସୀମାନ୍ତରେ ମାଓବାଦୀଙ୍କୁ ଗ୍ରାମବାସୀଙ୍କ ବିରୋଧ, ମାଓମୁକ୍ତ ନେଇ ଶୋଭାଯାତ୍ରା

Published By : Suraj Kumar | June 3, 2025 10:51 PM

ମାଲକାନଗିରି, ୩।୬(ଆପ୍ର ): ସୀମାନ୍ତ ଛତିଶଗଡ଼ ରାଜ୍ୟ ମାଓ ପ୍ରବଣ ସୁକୁମା,ବସ୍ତର,ଦନ୍ତେୱାର୍ଡ, କଣ୍ଡାଗାଁ ଜିଲ୍ଲା ରେ ମାଓବାଦୀଙ୍କୁ ଗ୍ରାମବାସୀମାନେ ଘୋର   ବିରୋଧ କରିବା ସହିତ ମାଓମୁକ୍ତ ନେଇ   ବିରାଟ ଶୋଭା ଯାତ୍ରା କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସ ପକ୍ଷରୁ ମାଓ ବିରୋଧୀ ଅପରେସନ ଜୋରଦାର କରାଯାଇଥିବା ବେଳେ ଏବେ ମାଓବାଦୀଙ୍କୁ ସିଧା ସଳଖ ବିରୋଧ କରିଛନ୍ତି ବସ୍ତର ଅଞ୍ଚଳବାସୀ । 

ମାଓ ସଂଗଠନ ବିରୁଦ୍ଧରେ ଏକାଠି ହୋଇଛନ୍ତି ସୁକୁମା, ଦନ୍ତେୱାଡା, ବିଜାପୁର, ନାରାୟଣପୁର, କୋଣ୍ଡାଗାଓ ଓ ବସ୍ତର ଜିଲ୍ଲାର ହଜାର ହଜାର ଆଦିବାସୀ ଗ୍ରାମବାସୀ । ଦୀର୍ଘ ବର୍ଷ ପରେ ଆଦିବାସୀ ଲୋକେ ସିଧା ସଳଖ ମାଓବାଦୀଙ୍କୁ ବିରୋଧ କରିବା ସହ ଜଗଦଲପୁର ସହରର ରାଜ ରାସ୍ତାରେ ବିରାଟ ଶୋଭା ଯାତ୍ରା କରିଛନ୍ତି । ଆଦିବାସୀ ମହିଳା ଓ ପୁରୁଷ ସମସ୍ତେ ହାତରେ ଫ୍ଳାଗ୍ କାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ନକ୍ସଲ ପୀଡିତ ଓ ନକ୍ସଲ ପନ୍ଥିଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ଆଦିବାସୀ ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଜଗଦଲପୁର ସିରହାସ ଛକ ଠାରୁ ଆରମ୍ଭ ହେଇଥିବା ରାଲିରେ ଲୋକେ ନକ୍ସଲବାଦ ବିପକ୍ଷରେ  ଅନେକ ସ୍ଲୋଗାନ ଦେଇଥିଲେ । ଜଗଦଲପୁର ସହରର ସହିଦ ସ୍ମାରକୀ ନିକଟରେ ନକ୍ସଲ ପୀଡିତ ପରିବାରଙ୍କ ସହ ଆଲୋଚନା କରିଛନ୍ତି ଛତିଶଗଡ଼ ଗୃହ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ମାଓ ମୁକ୍ତ କରିବା ଲାଗି ଛତିଶଗଡ ସରକାର ଅଣ୍ଟା ଭିଡିଥିବା ବେଳେ ଆଦିବାସୀ ଲୋକେ ମଧ୍ୟ ସମର୍ଥନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.