ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ

Published By : Harapriya Sethi | December 9, 2024 11:48 AM

ଫିରିଙ୍ଗିଆ,୦୯/୧୨: କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ମୋବାଇଲ ନେଟୱାର୍କ । ଫଳରେ ଗୁରୁତର ବାଧାପ୍ରାପ୍ତ ହେଉଛି ଅନଲାଇନ କାମ। ପାହାଡ଼ ପର୍ବତ ଅଞ୍ଚଳ ଲୋକ ଆମ୍ୱୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ୟ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । ବାରମ୍ବାର ଦାବି କରି ମଧ୍ୟ ଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ। ସୋମବାର ସକାଳୁ ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଲୋକେ ମୋବାଇଲ ନେଟୱାର୍କ ଦାବିରେ ରାସ୍ତାରୋକ କରିଛନ୍ତି । କାମଟଣା ପୋଲ ଉପରେ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ ଧରିଛନ୍ତି ଲୋକେ। 

ସୂଚନାଯୋଗ୍ୟ, ପଞ୍ଚାୟତ ମୂଖ୍ୟାଳୟ କ୍ରାଣ୍ଡିବାଲି ଠାରେ ଏକ ବିଏସଏନଏଲ ଟାୱାର ଥିଲେ ମଧ୍ୟ ପ୍ରାୟ ଦଶ ମାସ ହେଲା ତାହା ଅଚଳ ହୋଇ ପଡି ରହିଛି । ସେହିଭଳି କାମଟଣା ଠାରେ ୬ ମାସ ତଳୁ ଏକ ଜିଓ ଟାଓ୍ବାର ସ୍ଥାପନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁଇ ଦିନ ତଳେ ସମିତି ସଭ୍ୟ ଜିଲାପାଳଙ୍କୁ ଭେଟି ଦାବି ଜଣାଇବା ସହ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସୋମବାର ସକାଳୁ ଶତାଧିକ ଗ୍ରାମବାସୀ କାମଟଣା ପୋଲ ଉପରେ ରାସ୍ତା ଅବରୋଧ କରିଛନ୍ତି।

କାମଟଣା ଗ୍ରାମରେ ଜିଓ ନେଟୱାର୍କ ସ୍ଥାପନ କରାଯାଇଛି । ତାହା ସେଟଲାଇଟ ଲଗେଇ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ନଚେତ ଜିଓ ନେଟୱାର୍କକୁ ଉଠେଇ ଦିଆଯାଉ । କ୍ରାଣ୍ଡିବାଲୀ ଗ୍ରାମ ପଞ୍ଚାୟତ ହେଡକ୍ରାଟର ଠାରେ ନୂତନ ଜିଓ ନେଟୱାର୍କ କିମ୍ବା ବିଏସଏନଏଲ ନେଟୱାର୍କ ଯୋଗେଇ ଦିଆଯାଉ । କ୍ରାଣ୍ଡିବାଲୀ, କାମଟଣା,କେଉଟମାରି, ସିପାଡ଼ି ଡାଡିଲାଇ, କାଙ୍ଗାପତା ପ୍ରାୟ ୬ଟି ଗ୍ରାମର ଜନସାଧାରଣ ସୁବେରିପଙ୍ଗା ଜିଓ ନେଟୱାର୍କ ଉପରେ ହିଁ ନିର୍ଭର କରିଥାନ୍ତି । ଏଣୁ ଆପଣ ଦୟା ପୂର୍ବକ ଉପର ଲିଖିତ ବିଷୟକୁ ଗୁରୁତ୍ତ୍ୱର ସହ ଗ୍ରହଣ କରି କାମଟଣା ଗ୍ରାମର ଜିଓ ଟାୱାରରେ ସାଟେଲାଇଟ ଲଗାଇ ଚୁରନ୍ତ ଚାଲୁ କରାଯିବା ସହିତ କୁଣ୍ଡିବାଲୀ ହେଡକ୍ୱାଟର ଠାରେ ନୂତନ ଜିଓ ନେଟୱାର୍କ କିମ୍ବା ବିଏସଏନଏଲ ନେଟୱାର୍କ ଯୋଗେଇ ଦେବାପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲେ, ଆମ୍ଭେ କ୍ରାଣ୍ଡିବାଲୀ ଗ୍ରାମ‌ପଞ୍ଚାୟତ ବାସୀ ଆପଣଙ୍କ ନିକଟରେ ଚିରୋପକୃତ ହେବୁ ବୋଲି ଗାଁ ଲୋକେ ଦାବି ଉପସ୍ଥାପନା କରିଥିଲେ । ଏହା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ଲୋକେ ରାସ୍ତାରୋକ କରିଛନ୍ତି । 


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.