ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ପିଇବା ପାଣି ପାଇଁ ଗ୍ରାମବାସୀଙ୍କ ଗଣଧାରଣା; କହିଲେ ସମାଧାନ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Harapriya Sethi | May 21, 2025 2:03 PM

ନରସିଂହପୁର,୨୧/୦୫ : ବିଶୁଦ୍ଧ ପାଣି ପାଇଁ କଟକ ଜିଲ୍ଲା ନରସିଂହପୁର ବ୍ଲକର ପାଇକବାରବାଟୀ ହନ୍ତସନ୍ତ । ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ କଲା ପରେ କୌଣସି ସୁଫଳ ମିଳୁନଥିଲା । ଫଳରେ ବାଧ୍ୟ ହୋଇ ସେମାନେ ବୁଧବାର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଇଛନ୍ତି । ପଞ୍ଚାୟତରେ ଥିବା ୧୭ଟି ୱାର୍ଡରୁ ୧୫ଟି ୱାର୍ଡକୁ ପହଞ୍ଚିନି ଏଲ୍ ଆଣ୍ଡ ଟିର ପିଇବା ପାଣି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ବିଡିଓଙ୍କୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ହାଣ୍ଡି, ଡେକଚି, ବାଲ୍ଟି ଧରି ଗଣଧାରଣାରେ ବସିଛନ୍ତି ଲୋକେ । ବିଶୁଦ୍ଧ ପାନୀୟ ଜଳ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ, ପାଇକବାରବାଟୀ ପଞ୍ଚାୟତର ଦୁର୍ଗା ପ୍ରସାଦ, ହଟିଆପଲ୍ଲୀ, ମଲ୍ଲିକସାହି ଓ ଗଣଗଣାରେ ଏପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚି ପାରିନାହିଁ । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରା ଦିବେ ପିଇବା ପାଣି ନପାଇ ଡହଳ ବିକଳ ହେଉଛନ୍ତି ।  ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଶୁଣୁନି ଏଲ୍ ଆଣ୍ଡ୍ ଟି କମ୍ପାନୀ । ଏବାବଦରେ ବିଡିଓଙ୍କୁ ଅଭିଯୋଗ କରିବା ପରେ ଗ୍ରାମବାସୀ ମାନେ ଡେକେଚି ଓ ବାଲ୍‌ଟି ଧରି ଗଣଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ନମିଳିଛି, ସେ ପର୍ଯ୍ୟନ୍ତ ଏ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.