ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରାଜଧାନୀରେ କଲବଲ କରୁଛି ଭାଇରାଲ ଫିଭର, କ୍ୟାପିଟାଲ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ୪୦% ବଢ଼ିଛି

Published By : Prameya | November 12, 2024 10:50 AM

ଭୁବନେଶ୍ୱର,୧୨/୧୧: କ୍ୟାପିଟାଲ  ହସ୍ପିଟାଲ୍‌ରେ ମେଡିସିନ୍‌ ଓପିଡି ସମ୍ମୁଖରେ  ଲାଗୁଛି ଲମ୍ବା ଲାଇନ୍‌ । ସେହିପରି ଶିଶୁ  ବିଭାଗ ଓପିଡି ପାଖରେ ଆହୁରି ବିକଳ  ଚିତ୍ର ଦେଖିବାକୁ ମିଳୁଛି । ମା'ମାନେ ପିଲାଙ୍କୁ  କାଖେଇ ଡାକ୍ତରଙ୍କ ପରାମର୍ଶ ପାଇଁ ଅପେକ୍ଷା  କରୁଛନ୍ତି । ପିଲାଙ୍କ କାନ୍ଦରେ ପୂରା ପରିସର  କମ୍ପୁଛି । ହସ୍ପିଟାଲ୍‌ର ଏଭଳି ଦୃଶ୍ୟ ଦର୍ଶାଉଥିଲା  ରାଜଧାନୀରେ ଭାଇରାଲ ଫିଭରର ପ୍ରକୋପ ।  ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭାରଇାଲ  ଫିଭର ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  କ୍ୟାପିଟାଲ ହସ୍ପିଟାଲରେ ଗତ ମାସ ଅପେକ୍ଷା  ହଠାତ ୪୦ରୁ ୪୫% ରୋଗୀ ବଢ଼ିଛନ୍ତି ।  ରୋଗୀଙ୍କ ଆଡ୍‌ମିଶନ ସଂଖ୍ୟା ବୃଦ୍ଧି ପାଇଛି ।  ପୂର୍ବ ମାସ ଅପେକ୍ଷା ୨୦% ଅଧିକ ରୋଗୀ  ଚିକିତ୍ସିତ ଅଛନ୍ତି । ସେହିପରି ଶିଶୁ ୱାର୍ଡରେ  ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି  ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି । 

କ୍ୟାପିଟାଲ  ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ,  ମାସେ ହେଲାଣି ଭାଇରାଲ ଫିଭର  ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ହେଲେ  ଚିନ୍ତିତ ହେବାର କୌଣସି କାରଣ ନାହିଁ ।  ଯେତିକି ରୋଗୀ ଆସୁଛନ୍ତି ପ୍ରାୟ ୩ରୁ ୪ଦିନ  ଭିତରେ ଔଷଧ ଖାଇ ସୁସ୍ଥ ହୋଇଛନ୍ତି ।  ଯିଏ ସଂକ୍ରମିତ ହୋଇଛନ୍ତି, ଅନ୍ୟମାନଙ୍କଠାରୁ  ଦୂରେଇ ରହିବ । ନିଜକୁ ସଙ୍ଗରୋଧ କରି  ରଖନ୍ତୁ । ରୋଗୀ ଆଣ୍ଟି ଟେଷ୍ଟିମନି ମେଡିସିନ୍‌,  ପାରାସିଟାମଲ୍‌, ଭିଟାମିନ୍‌-ସି ମେଡିସିନ୍‌  ବ୍ୟବହାର କରିପାରିବେ । ଭିଟାମିନ୍‌-ସି  ଖାଇବା ସହିତ ବଡି ଇମ୍ୟୁନିଟି ବଢ଼ାଇବା  ନିତାନ୍ତ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ  ଦେଇଛନ୍ତି । ଆରଏମ୍‌ଆର୍‌ସି କହିଛି,  ଜଳବାୟୁରେ ପରିବର୍ତ୍ତନ ପାଇଁ ଆକ୍ରାନ୍ତଙ୍କ  ସଂଖ୍ୟା ବଢ଼ିଛି । କିନ୍ତୁ ଭୟଭୀତ ହେବାର  କୌଣସି କାରଣ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.