ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଭାରତର ଆକ୍ରମଣ ପରେ କାହିଁକି କାନ୍ଦିବାକୁ ଲାଗିଲେ ପାକିସ୍ତାନୀ ଆଙ୍କର…! ଭିଡ଼ିଓ ହେଲା ଭାଇରାଲ

Published By : Prameya | May 7, 2025 8:42 PM

ନୂଆଦିଲ୍ଲୀ,୭/୫ :   ଭାରତୀୟ ସେନା ପହଲଗାମ ଆକ୍ରମଣର ଯେଉଁ ଜବାବ ଦେଇଛନ୍ତି ତାହା ପାକିସ୍ତାନର ନିଦ ହଜାଇ ଦେଇଛି । ମଙ୍ଗଳବାର ରାତି ପ୍ରାୟ ଦେଢ ଟା ସମୟରେ ଚାଲିଥିବା ‘ଅପରେସନ ସିନ୍ଦୂର’ସାହାଯ୍ୟରେ ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ପଡ଼ୋଶୀ ଦେଶରେ ଭୟର ବାତାବରଣ ଖେଳିଯାଇଛି ।

ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜନୈକ ପାକିସ୍ତାନୀ ନ୍ୟୁଜ ଆଙ୍କର ଲାଇଭ୍ ଟିଭିରେ କାନ୍ଦୁଥିବା ନଜର ଆସିଛନ୍ତି । କୁହାଯାଉଛି କି ସେ ଭାରତୀୟ ଆକ୍ରମଣରେ ମୃତ ହୋଇଥିବା ଲୋକଙ୍କ ପାଇଁ ଶୋକ କରୁଛନ୍ତି । ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସଦଗତି ପାଇଁ ସେ ପ୍ରାର୍ଥନା କରୁଥିବା ଦେଖାଯାଉଛି ।

ମାତ୍ର ଏହି ଭିଡ଼ିଓ ବର୍ତ୍ତମାନର କିମ୍ବା ପୁରୁଣା ଅଟେ ତାହା କିଛି ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ଅପରେସନ ସିନ୍ଦୂର ପରେ ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।  ଏହି ଭାଇରାଲ ଭିଡ଼ିଓଟି @incognito_qfs ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକୁ ଏବେ ପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହି ଭିଡ଼ିଓରେ ବହୁ ମଜାଳିଆ କମେଣ୍ଟ ଦେଖିବାକୁ ମିଳୁଛି ଜଣେ ଲେଖିଛନ୍ତି କି, ତାଙ୍କୁ ପାକିସ୍ତାନୀ ସିରିୟଲରେ ରୋଲ ମିଳିବା ଆବଶ୍ୟକ,। ସେହିଭଳି ଅନ୍ୟ ଜଣେ କହିଛନ୍ତି କି, ଏ ତ ସମ୍ପୂର୍ଣ୍ଣ ଭାବେ ଅଭିନୟ କରୁଛନ୍ତି’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.