ନୂଆଦିଲ୍ଲୀ,୨୧।୧: ଆଇସିସିର ତାଜା ଦିନିକିଆ ରାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଝଟକା ଲାଗିଛି। ଏକ ନମ୍ବର ସ୍ଥାନରୁ ସେ ଦୁଇ ନମ୍ବରକୁ ଖସିଛନ୍ତି। ନ୍ୟୁଜିଲାଣ୍ଡର ଡେରିଲି ମିଚେଲ ଏବେ ୧ ନମ୍ବର ସ୍ଥାନ ନେଇଯାଇଛନ୍ତି। ନିକଟରେ ମ୍ୟାଚ୍‌ରେ ସୁନ୍ଦର ପ୍ରଦର୍ଶନ କାରଣରୁ ମିଚେଲଙ୍କୁ ଏହି ସଫଳତା ମିଳିଛି, ସେଭଳି କୋହଲି ମଧ୍ୟ ଟେଷ୍ଟ ରାଙ୍କିଙ୍ଗରୁ ତଳକୁ ଖସିଯାଇଛନ୍ତି।ଉଲ୍ଲେଖନୀୟ ଯେ, କୋହଲି ଗତ ସପ୍ତାହରେ ରୋହିତ ଶର୍ମାଙ୍କୁ ପଛରେ ପକାଇ ନମ୍ବର-୧ ଓ୍ବାନଡେ୍ ବ୍ୟାଟର ହୋଇଥିଲେ। ସେବେଠାରୁ କୋହଲି ଜୁଲାଇ ୨୦୨୧ ପରେ ପ୍ରଥମ ଥର ନମ୍ବର-୧ ଓ୍ବାନଡେ୍ ବ୍ୟାଟର ପୋଜିସନ୍କୁ ଫେରିଥିଲେ। କିନ୍ତୁ ମିଚେଲ ନିକଟରେ ସରିଥିବା ଓ୍ବାନଡେ ସିରିଜରେ ଏଭଳି ପ୍ରଦର୍ଶନ କରିଥିଲେ ଯେ, କୋହଲି ତଳକୁ ଖସି ୨ ନମ୍ବରରେ ପହଁଞ୍ଚି ଯାଇଛନ୍ତି।

ମିଚେଲ ୮୪୫ ରାଙ୍କିଙ୍ଗ ପଏଣ୍ଟ ରହିଛି, ସେଭଳି କୋହଲି ୭୯୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଏହି ଦୁଇଜଣଙ୍କଠାରୁ ଖୁବ୍ ପଛରେ ରହିଛନ୍ତି ଇବ୍ରାହିମ୍ ଜାଦରାନ,ରୋହିତ ଶର୍ମା, ଶୁଭମନ ଗିଲ୍ ଓ ବାବର ଆଜମଙ୍କ ଭଳି ବଡ଼ ବ୍ୟାଟର। ଏହା ଦ୍ବିତୀୟ ଥର ଯେତେବେଳେ ମିଚେଲ ଓ୍ବାନଡେ ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନରେ ଥିଲେ। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ସେ କେବଳ ତିନି ଦିନ ପାଇଁ ଟପ୍‌ରେ ଥିଲେ, ଏହାପରେ ରୋହିତ ଶର୍ମା ତାଙ୍କ ସ୍ଥାନ ଛଡାଇ ନେଇଥିଲେ।

​​​​​​​

ହେମିଲଟନ୍ରେ ଜନ୍ମିତ ଡେରିଲ୍ ମିଚେଲ୍ ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ସୁନ୍ଦର ଫର୍ମ ଭିତରୁ ଅନ୍ୟତମ। ସେ ତିନୋଟି ମ୍ୟାଚ୍ର ଓ୍ବାନଡେ୍ ସିରିଜରେ ମୋଟ ୩୫୨ ରନ୍ କରିଛନ୍ତି। ସେଭଳି ଦ୍ବିତୀୟ ମ୍ୟାଚ୍ରେ ତାଙ୍କୁ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ରେ ସିଲେକ୍ଟ କରାଯାଇଛି, ଯେଉଁଠି ସେ ୧୧୭ ବଲ୍‌ରେ ଅପରାଜିତ ୧୩୧ ରନ୍ ଇଂନିସ ଖେଳିଥିଲେ। ଏହି ଇନିଂସର ସାହାଯ୍ୟରେ ନ୍ୟୁଜିଲାଣ୍ଡ ପ୍ରଥମ ସିରିଜ୍ ସମାନ ଓ ପରେ ସିରିଜ୍ ୨-୧ରେ ଜିତିଥିଲା।

ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା, କିନ୍ତୁ ମିଚେଲ ସେହି ମୁକାବିଲାରେ ମଧ୍ୟ ୭୧ ବଲ୍‌ରେ ୮୪ ରନ୍ କରି ଟିମ୍ ପାଇଁ ସବୁଠାରୁ ଅଧିକ ରନ୍ କରିଥିଲା। ତିନୋଟି ମ୍ୟାଚ୍ର କୌଣସି ଓ୍ବାନଡେ୍ ସିରିଜ୍‌ରେ ୩୫୨ ରନ୍ କରିବା କୌଣସି ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ସ୍କୋର। ଏହା ମୋଟ ଭାବରେ ଦୁନିଆର ତୃତୀୟ ସବୁଠାରୁ ବଡ଼ ସ୍କୋର। ଏହା ମୋଟ୍ ଭାବରେ ଦୁନିଆର ତୃତୀୟ ବଡ଼ ସ୍କୋର। ତାଙ୍କଠାରୁ ଆଗରେ କେବଳ ପାକିସ୍ତାନର ବାବର ଆଜମ (୨୦୧୬ରେ ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ୩୬୦ ରନ୍) ଓ ଭାରତର ଶୁଭମନ ଗିଲ୍ (୨୦୨୩ ରେ ନ୍ୟୁଜିଲାଣ୍ଡ ବିରୋଧରେ ୩୬୦ ରନ୍) କରିଛନ୍ତି। ମିଚେଲ ଲଗାତାର ଦୁଇଟି ଇନିଂସରେ ୧୩୦ ପ୍ଲସ ରନ୍ କରିଛନ୍ତି।