ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ତୁର୍କୀ ପରଦାରେ ବିରାଟ କୋହଲି! ଭାଇରାଲ୍‌ ହେଉଛି କ୍ରିକେଟରଙ୍କ ଅବିକଳ ଲୁକ୍‌

Published By : Krishna Priya | March 28, 2025 9:13 AM

ନୂଆଦିଲ୍ଲୀ ୨୮/୦୩: କ୍ରିକେଟ୍‌ ସୁପର୍‌ଷ୍ଟାର ବିରାଟ କୋହଲିଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ବିଶ୍ୱରେ ଚର୍ଚ୍ଚା । ଜଣେ ତୁର୍କୀ ଅଭିନେତା ଓ ବିରାଟଙ୍କ ଲୁକ୍‌ ମଧ୍ୟରେ ସମାନତାକୁ ନେଇ ସୋସିଆଲ ମିଡିଆରେ ଚହଳ ପଡ଼ିଛି । ତୁର୍କୀର ଐତିହାସିକ ଡ୍ରାମା ‘ଏର୍ତୁଗ୍ରୁଲ’ରେ ଏହି ଅଭିନେତା ବିରାଟଙ୍କ ଭ୍ରମ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍‌ ପୂରାପୂରି ବିରାଟଙ୍କ ସହ ମେଳ ଖାଉଛି । 

ସୂଚନାଯୋଗ୍ୟ, ଭାରତ ସମେତ ସାରା ବିଶ୍ୱରେ ‘ଏର୍ତୁଗ୍ରୁଲ’ ସିରିଜ୍‌ର ପ୍ରଶଂସକ ରହିଛନ୍ତି । ଜଣେ ରେଡିଟ୍‌ ୟୁଜର୍‌ ଏହି ତୁର୍କୀ ଅଭିନେତାଙ୍କ ଫଟୋ ପୋଷ୍ଟ୍‌ କରିବା ପରେ ଖବରଟି ଶିରୋନାମା ହେଲା । ଫଟୋ ସହ ସେ ମଜାରେ କ୍ୟାପ୍‌ସନ ଲେଖିଲେ ‘ଟିଭି ଶୋ’ରେ ଅନୁଷ୍କା ଶର୍ମାଙ୍କ ସ୍ୱାମୀଙ୍କର ଡେବ୍ୟୁ ।’ ବିରାଟ ଓ ତୁର୍କୀ ଅଭିନେତାଙ୍କ ମଧ୍ୟରେ ଏହି ଅବିଶ୍ୱସନୀୟ ସମାନତା ଦେଖି ଅନେକ ୟୁଜର୍‌ ଅଭିନେତାଙ୍କୁ ପ୍ରଥମେ ବିରାଟ ବୋଲି ଭାବିନେଲେ । 

ଜଣେ ୟୁଜର୍‌ ପ୍ରତିକ୍ରିୟା ଦେଇଛନ୍ତି, ଏହା ମଜା ନୁହେଁ । ପ୍ରଥମେ ଯେତେବେଳେ ‘ଏର୍ତୁଗ୍ରୁଲ’ ସିରିଜ୍‌ରେ ଏହି ଚରିତ୍ରକୁ ଦେଖିଲି, ସଙ୍ଗେସଙ୍ଗେ ପାଟିରୁ ବାହାରିଲା ‘କ’ଣ ତୁର୍କୀ ସିରିଜ୍‌ରେ କୋହଲି ଅଭିନୟ କରୁଛନ୍ତି! ଏହି ସାମଞ୍ଜସ୍ୟ ବାସ୍ତବରେ ଭୟାନକ ।’ ଆଉ ଜଣେ ଲେଖିଛନ୍ତି ‘ମୁଁ ଭାବିନେଲି ଯେ କୋହଲି ଗୋପନରେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି!!’ ତେବେ ପ୍ରଥମ ଥର ସେଲିବ୍ରିଟିଙ୍କ ନକଲଙ୍କୁ ନେଇ ଚର୍ଚ୍ଚା ହୋଇନାହିଁ । କିଛି ବର୍ଷ ତଳେ, ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜେ ଆମେରିକୀୟ ଗାୟିକା ଜୁଲିଆ ମାଇକେଲ୍ସ ଓ ତାଙ୍କ ସହିତ ସାମଞ୍ଜସ୍ୟକୁ ସ୍ୱୀକାର କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.